ବିବାହର ୨୭ବର୍ଷ ପରେ ପାଇବାକୁ ଯାଉଥିଲେ ବାପା ହେବାର ସୁଖ, ହେଲେ କିଛି ସେକେଣ୍ଡ ମଧ୍ୟରେ ସବୁକିଛି ବଦଳିଗଲା

Advertisment
ବିବାହର ୨୭ବର୍ଷ ପରେ ପାଇବାକୁ ଯାଉଥିଲେ ବାପା ହେବାର ସୁଖ, ହେଲେ କିଛି ସେକେଣ୍ଡ ମଧ୍ୟରେ ସବୁକିଛି ବଦଳିଗଲା

bhaskar.com

ଗୋଓ୍ଵାଲିୟର: ପ୍ରତି ମଣିଷର ଜୀବନରେ ରହିଥାଏ ଅନେକ ଅଧ୍ୟାୟ। କିନ୍ତୁ ବାପା ବା ମା’ ହେବାର ଖୁସି ସବୁଠାରୁ ନିଆରା । ଜଣେ ପୁରୁଷ ବା ମହିଳା ବାପା କିମ୍ବା ମା’ ହେବା ପରେ ହିଁ ସଂପୂର୍ଣ୍ଣ ହୋଇଥାନ୍ତି । ଜଣେ ଛୋଟ ଶିଶୁର ପାଟିରୁ ବାପା ଡ଼ାକ ଶୁଣିବା ପାଇଁ ବିବାହ ପରେ ସବୁ ପୁରୁଷମାନେ ଚାହିଁଥାନ୍ତି ।
ବିବାହର ୨୭ବର୍ଷ ପରେ ସେହିଭଳି ଅମୂଲ୍ୟ ଖୁସି ମିଳିବାକୁ ଯାଉଥିଲା ଶ୍ୟାମସୁନ୍ଦରଙ୍କୁ । ବିବାହର ୨୭ବର୍ଷ ପର୍ଯ୍ୟନ୍ତ ସେ ବାପା ହୋଇ ନ ପାରିଥିବାରୁ ତାଙ୍କ ମନରେ ଅନେକ ଦୁଃଖ ରହି ଆସିଥିଲା । ଶେଷରେ ଭଗବାନ ତାଙ୍କ ଡ଼ାକ ଶୁଣିବା ସହ ତାଙ୍କୁ ବାପା ହେବାର ସୁଖ ଦେଇଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି କି ବାପା ଡ଼ାକ ଶୁଣିବା ପୂର୍ବରୁ ଦୁନିଆ ଛାଡ଼ି ଚାଲି ଗଲେ ଶ୍ୟାମସୁନ୍ଦର । ଘରେ ସ୍ତ୍ରୀ ଶ୍ୟାମଙ୍କ ଆସିବା ବାଟକୁ ଚାହିଁ ବସିଥିବା ବେଳେ ଘରକୁ ଫେରି ନଥିଲେ ଶ୍ୟାମ । ଚାରିଆଡ଼େ ଖୋଜା ଖୋଜି ପରେ ଆସିଥିଲା ଦୁର୍ଘଟଣାର ଖବର । ରାସ୍ତା ପାର କରୁଥିବା ବେଳେ ଶ୍ୟାମଙ୍କୁ ଏକ କାର୍‌ ଧକ୍କା ଦେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡ଼ାକ୍ତରଖାନା ନେଇଥିବା ବେଳେ ଦୁର୍ଘଟଣାର ୮ଦିନ ପରେ ସେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଗାଡ଼ିର ନମ୍ବର ଥାଇ ମଧ୍ୟ ଦୁର୍ଘଟଣାର ୮ଦିନ ପରେ ଅଭିଯୁକ୍ତ କାର ଚାଳକଙ୍କୁ ଗିରଫ କରି ପାରି ନାହିଁ ପୁଲିସ।

publive-image The Indian Express

ସୂଚନା ମୁତାବକ, ଏକ ଫ୍ୟାକ୍ଟ୍ରିରେ ସୁପରଭାଇଜର କାମ କରୁଥିବା ଶ୍ୟାମ ପ୍ରତିଦିନ ଭଳି ମେ ୨୫ ତାରିଖରେ କାମ ସାରି ରାତି ୯.୩୦ରେ ଘରକୁ ଫେରୁଥିଲେ । ରାସ୍ତା ପାର କରୁଥିବା ବେଳେ ଏକ କାର ନମ୍ବର ୦୭ସିଡ଼ି ୨୭୦୮ ଶ୍ୟାମକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ଶ୍ୟାମ ଅଚେତ ହୋଇଯିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆ ଯାଇଥିବା ବେଳେ ଶୁକ୍ରବାର ଜୁନ୍‌ ୧ ତାରିଖରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe