ଜଳପ୍ରପାତ ଆଗରେ ରିଲ୍ସ କରିବାର ନିଶା ପାଇଁ ଗଲା ଜୀବନ, ଭାଇରାଲ ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

Advertisment
ଜଳପ୍ରପାତ ଆଗରେ ରିଲ୍ସ କରିବାର ନିଶା ପାଇଁ ଗଲା ଜୀବନ, ଭାଇରାଲ ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ: ଜଳପ୍ରପାତ ପାଖରେ ଠିଆହୋଇ ରିଲ୍ସ କରିବାର ନିଶା ପାଇଁ ଗଲା ଜୀବନ। କ୍ୟାମେରାରେ କଏଦ ହେଲା ହୃଦୟ ଥରା ଦୃଶ୍ୟ। ଆଜିକାଲି ଫଟୋ, ଭିଡିଓ ଏବଂ ସେଲଫି ନେବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ରିଲ୍ସ ତିଆରି କରିବାର କ୍ରେଜ୍ ଦେଖିବାକୁ ମିଳୁଛି। ଅନେକ ସମୟରେ ଅଧିକ ଲାଇକ୍ ପାଇବା ପାଇଁ ସେମାନେ ବିପଦସଙ୍କୁଳ ସ୍ଥାନକୁ ବାଛୁଥିବା ଦେଖିବାକୁ ମିଳୁଛି । କିଏ ପାହାଡ ଉପରେ ତ କିଏ ସମୁଦ୍ର ଭିତରକୁ ଯାଇ ରିଲ୍ସ କରୁଛନ୍ତି। ଏବେ ଏଭଳି ବିପଦସଙ୍କୁଳ ସ୍ଥାନକୁ ଯାଇ ରିଲ୍ସ ତିଆରି କରିବା ଜଣେ ଯୁବକଙ୍କୁ ଭାରୀ ପଡ଼ିଛି। କର୍ଣ୍ଣାଟକରେ ଥିବା ଅରସିନାଗୁଣ୍ଡି ଜଳପ୍ରପାତ ନିକଟରେ ଇନଷ୍ଟାଗ୍ରାମ ରିଲ ପାଇଁ ପୋଜ୍ ଦେଉଥିବା ବେଳେ  ଯୁବକଙ୍କ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଜଳପ୍ରପାତ ସାମ୍ନାରେ ରିଲ୍ ପାଇଁ ପୋଜ୍ ଦେଉଥିବା ବେଳେ ଯୁବକଜଣକ ଭାରସାମ୍ୟ ହରାଇଥିଲେ। ଏହି କାରଣରୁ ତାଙ୍କ ପାଦ ଖସିଯିବାରୁ ଜଳପ୍ରପାତର ପ୍ରବଳ ସ୍ରୋତରେ ‌ସେ ଭାସିଯାଇଥିଲେ। ଜଳପ୍ରପାତରେ ପଡ଼ିବାର ଦୃଶ୍ୟ ସେହି କ୍ୟାମେରାରେ କଏଦ ହୋଇଥିଲା ଯେଉଁଥିରେ ତାଙ୍କ ସାଙ୍ଗ ତାଙ୍କ ପାଇଁ ରିଲ ସୁଟ୍ କରୁଥିଲେ। ଏହି ହୃଦୟଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯୁବକଙ୍କ ଗୋଡ଼ ଖସିବା ପରେ ସେ ଆଖିପିଛୁଳାକେ ଜଳସ୍ରୋତରେ ଭାସିଯାଉଥିବା ଦେଖାଯାଇଛି।

ମୃତ ଯୁବକ ଜଣକ ଶିବମୋଗା ଜିଲ୍ଲାର‌େ ଥିବା ଭଦ୍ରାବତି ଗାଁର ୨୩ବର୍ଷୀୟ ଶରତ କୁମାର ଥିଲେ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ଶରତଙ୍କ ମୃତଦେହ ଉଦ୍ଧାର ‌ହୋଇ ନଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe