କର୍କଟ ରୋଗରେ ମରିଥିବା ସାଙ୍ଗର ଚିତାଗ୍ନିକୁ ଡେଇଁ ଜୀବନ ହାରିଲା ସାଙ୍ଗ

Advertisment
କର୍କଟ ରୋଗରେ ମରିଥିବା ସାଙ୍ଗର ଚିତାଗ୍ନିକୁ ଡେଇଁ ଜୀବନ ହାରିଲା ସାଙ୍ଗ

Image Courtesy of Deccan Herald

ଫିରୋଜାବାଦ: କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ସାଙ୍ଗର ଚିତାଗ୍ନିକୁ ଡେଇଁ ଆଉ ଜଣେ ସାଙ୍ଗ ଜୀବନ ହରାଇଥିବା କଥା ଶନିବାର ଦିନ ଉତ୍ତର ପ୍ରଦେଶ ପୁଲିସ କହିଛି।

ସିରାଜଗଞ୍ଜର ସର୍କଲ୍‌ ଅଫିସର୍‌ ପ୍ରବୀଣ ତିୱାରି କହିଛନ୍ତି, କର୍କଟ ରୋଗରେ ପୀଡ଼ିତ ନାଗ୍‌ଲା ଖାଙ୍ଗର୍‌ ଥାନା ଅଞ୍ଚଳବାସୀ ୪୨ ବର୍ଷିୟ ଅଶୋକଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଥିଲା। ଦିନ ପ୍ରାୟ ୧୧ଟା ବେଳେ ଯମୁନା ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯାଉଥିଲା। ସେଠାରେ ଅଶୋକଙ୍କ ଚିତା ଜଳୁଥିବା ବେଳେ ଉପସ୍ଥିତ ଲୋକଙ୍କ ଗହଣରେ ଥ‌ିଲେ ତାଙ୍କର ବନ୍ଧୁ ୪୦ ବର୍ଷିୟ ଆନନ୍ଦ। ଶବଦାହସ୍ଥଳରୁ ଲୋକେ ଧୀରେ ଧୀରେ ଫେରି ଆସିବା ବେଳେ ହଠାତ୍‌ ଆନନ୍ଦ ଅଶୋକଙ୍କ ଚିତାକୁ ଝାସ ଦେଲେ।

publive-image Image Courtesy of The Indian Express

ଯେଉଁ କେତେ ଜଣ ସେଠାରେ ଉପସ୍ଥିତ ଥିଲେ ସେମାନେ ଆନନ୍ଦଙ୍କୁ ଚିତାଗ୍ନରୁ ଟାଣି ଆଣି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କୁ ଆଗ୍ରା ମେଡିକାଲ୍ କଲେଜକୁ ରେଫର୍‌ କରାଯାଇଥିଲା। କିନ୍ତୁ, ଆଗ୍ରା ଯିବା ବାଟରେ ହିଁ ଆନନ୍ଦଙ୍କର ମୃତ୍ୟୁ ଘଟିଲା। ଆନନ୍ଦଙ୍କ ପରିବାର ଲୋକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ଲାଗି ଚେଷ୍ଟା ଚାଲିଛି ବୋଲି ତିୱାରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe