କରୋନାରେ ବୃଦ୍ଧଙ୍କ ମୃତ୍ୟୁ, ଶବକୁ ୪୮ ଘଣ୍ଟା ଧରି ଫ୍ରିଜର୍‌ରେ ରଖିଲେ ପରିବାର ଲୋକ

Advertisment
କରୋନାରେ ବୃଦ୍ଧଙ୍କ ମୃତ୍ୟୁ, ଶବକୁ ୪୮ ଘଣ୍ଟା ଧରି ଫ୍ରିଜର୍‌ରେ ରଖିଲେ ପରିବାର ଲୋକ

aajtak.intoday.in

କୋଲକାତା: ଦେଶରେ କରୋନା ଭାଇରସ୍‌ ପାଇଁ ବହୁ ଅଭାବନୀୟ ଘଟଣା ଘଟିବାରେ ଲାଗିଛି। କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ିବା‌ରେ ଲାଗିଛି। ଏହି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଏପରି ଏକ ଅଭାବବନୀୟ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବାକୁ ମିଳିଛି ଯେ ଜଣେ ବୟସ୍କ ଲୋକଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜର୍‌ରେ ରଖିଥିଲେ।

ଖବର ଏଜେନ୍ସି ପିଟିଆଇ ମୁତାବକ, ପଶ୍ଚିମବଙ୍ଗର କୋଲକାତାରେ କରୋନା ଭାଇରସ୍‌ କାରଣରୁ ୭୧ ବର୍ଷିଅ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ କହିବାନୁସାରେ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରକାରର ସହାୟତା ମିଳିନଥିଲା। ଯେଉଁ କାରଣରୁ ପରିବାର ଲୋକଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ଫ୍ରିଜର୍‌ ଭିତରେ ରଖିବାକୁ ପଡ଼ିଥିଲା।

publive-image

ବୃଦ୍ଧ ଜଣକ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ। ସୋମବାର ମଧ୍ୟ କୋଲକାତାର ରାଜା ରାମମୋହନ ସରାନି ଅଞ୍ଚଳସ୍ଥିତ ତାଙ୍କ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳୁ ତାଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଡାକ୍ତର ତାଙ୍କୁ କରୋନା ଟେଷ୍ଟ୍‌ କରିବାକୁ କହିଥିଲେ। ପରିବାର ଲୋକ ବୃଦ୍ଧଙ୍କ ଟେଷ୍ଟ୍‌ ସାରି ଘରକୁ ଫେରିବା ପରେ ଦ୍ବିପ୍ରହରରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।

ଏହା ଏକ କୋଭିଡ୍‌-୧୯ ଜନିତ ମୃତ୍ୟୁ ମାମଲା ଥିବାରୁ ପରିବାର ଲୋକଙ୍କୁ ଶବ ସତ୍କାର ପାଇଁ ପୁଲିସ୍‌ ଅନୁମତି ଦେଇନଥିଲା। ପରିବାର ଲୋକ ବି ବୃଦ୍ଧଙ୍କୁ ଛୁଇଁ କରି ଶବ ସତ୍କାର ପାଇଁ ନେଇପାରୁନଥିଲେ। ଦୀର୍ଘ ସମୟ ଧରି କୁଆଡୁ କିଛି ସାହାଯ୍ୟ ନପାଇବାରୁ ୪୮ ଘଣ୍ଟା ଧରି ଶବକୁ ଫ୍ରିଜର୍‌ରେ ରଖିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe