ଏମିତି ବି ଆସେ ମୃତ୍ୟୁ ! ବିସର୍ଜନ ସମୟରେ ଯୁବତୀଙ୍କ ସହ ନାଗୀନ୍ ନୃତ୍ୟ କରୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ: ଭିଡିଓ ଦେଖନ୍ତୁ

Advertisment
ଏମିତି ବି ଆସେ ମୃତ୍ୟୁ ! ବିସର୍ଜନ ସମୟରେ ଯୁବତୀଙ୍କ ସହ ନାଗୀନ୍ ନୃତ୍ୟ କରୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ: ଭିଡିଓ ଦେଖନ୍ତୁ

zeenews

ଭୋପାଳ: ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଶିବାନୀ ଜିଲ୍ଲାର କାହ୍ନିଓ୍ଵାଡା ଥାନା ଅନ୍ତର୍ଗତ ଗ୍ରାସ କାଟିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଲୋକମାନେ ନାଚଗୀତରେ ମଜ୍ଜି ଯାଇଥିବା ବେଳେ ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।

publive-image

ଏହି ଘଟଣା ବିଷୟରେ ଗ୍ରାମପଞ୍ଚାୟତ ସଚିବ କବୁଲ ସୌୟାମଙ୍କ କହିବାନୁସାରେ, ଗ୍ରାମରେ ବିଘ୍ନବିନାଶନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ବି ଲୋକମାନେ ଭସାଣି ସମୟରେ ନାଚଗୀତରେ ମଜି ଯାଇଥିଲେ। ସେହି ସମୟରେ ଡିଜେରେ ନାଗୀନ୍ ଗୀତ ବାଜୁଥିଲା। ନାଗୀନ ଗୀତରେ ରାଜକୁମାର ଠାକୁର ଜଣେ ଯୁବତୀଙ୍କ ସହ ନାଚୁ ଥିବା ବେଳେ ହଠାତ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। କେହି କିଛି ବୁଝିବା ପୂର୍ବରୁ ସେ ଚଟାଣରେ ଗଡ଼ି ପଡ଼ିଥିଲେ, ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ବିଜର୍ସନ ସମୟରେ ପୂରା ଦୃଶ୍ୟକୁ ରେକର୍ଡ କରାଯାଉଥିବା ବେଳେ ରାଜକୁମାରଙ୍କ ମୃତ୍ୟୁ ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା।

ମୃତ ରାଜକୁମାରଙ୍କ ପିତା ଗୁରୁପ୍ରସାଦଙ୍କ କହିବାନୁସାରେ, ଗତ କିଛିଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ରାଜକୁମାର ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା। ତେବେ ନାଚୁଥିବା ସମୟରେ ତଳେ ପଡ଼ଯିବା ହେତୁ ବୋଧ ହୁଏ ମୁଣ୍ଡରେ ପୁଣି ଆଘାତ ଲାଗି ରାଜକୁମାର ମୃତ୍ୟୁ ହୋଇଛି। ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe