ମୁମ୍ବାଇ: ‘ଗୁଗୁଲ ମ୍ୟାପ’ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଣିକି ଲୋକମାନେ ଯଦି କୌଣସି ସ୍ଥାନକୁ ଯିବାକୁ ବାଟ ପାଉ ନାହାନ୍ତି, ସେମାନେ ବାଟବଣା ନହେବା ପାଇଁ ଗୁଗୁଲ ମ୍ୟାପ୍ ସାହାଯ୍ୟ ନେଉଛନ୍ତି। ଆଉ ଖୁବ୍ ସହଜରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଉଛନ୍ତି। କିନ୍ତୁ ଅନେକ ସମୟରେ ଏମିତି ବି ଘଟଣା ସାମ୍ନାକୁ ଆସିଛି କି ଗୁଗୁଲ ମ୍ୟାପରୁ ଭୁଲ ସୂଚନା ପାଇ ଚାଳକ ଅଘଟଣର ଶିକାର ହୋଇଛନ୍ତି।
ନିକଟରେ ଗୁଗୁଲ ମ୍ୟାପ ଦେଖି ଗାଡ଼ି ଚଲାଉ ଥିବା ବେଳେ ଗାଡ଼ି ଡ୍ୟାମରେ ପଡ଼ି ଯିବାରୁ ଜଣେ ଯୁବକଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏମିତି ଏକ ଅଘଟଣର ଘଟଣା ଅହମ୍ମଦନଗରର ଅକୋଲା ଟାଉନରୁ ସାମ୍ନାକୁ ଆସିଛି । ଗତ ସୋମବାର ରାତିରେ ଅକୋଲା ସହରରୁ ୩ଜଣ ଯୁବକ ସତୀଶ, ଗୁରୁ ଶେଖର ଓ ସମୀର ରାଜୁକର କଲସୁବାଇ ଅଭିମୁଖେ ବାହାରିଥିଲେ । କିଛି ସମୟ ପରେ ସେମାନେ ରାସ୍ତା ଭୁଲି ଯାଇଥିଲେ। ସଠିକ ରାସ୍ତା ପାଇବା ପାଇଁ ସେମାନେ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥିଲେ । ଆଉ ଏହି ଗୁଗୁଲ ମ୍ୟାପ୍ ଦେଖି ସତୀଶ କାରକୁ ଏକ ଡ୍ୟାମରେ ପୁରାଇ ଦେଇଥିଲେ ।
Daily Expressଅନ୍ଧାର ହୋଇଥିବାରୁ ରାସ୍ତା ଜାଣି ନପାରିବା ହେତୁ କାରଟି ପାଣିରେ ବୁଡ଼ି ଯାଇଥିଲା। ପାଣିରେ କାରଟି ବୁଡ଼ି ଯିବା ପରେ ପହଁରା ଜାଣି ଥିବାରୁ ଶେଖର ଓ ଗୁରୁ ପହଁରି ପହଁରି କୂଳକୁ ଆସିଯାଇଥିବା ବେଳେ ସତୀଶ ପହଁରା ଜାଣି ନଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସକାଳେ ପାଣିରେ କାର ଭାସୁଥିବା ଦେଖି ସ୍ଥାନୀୟଲୋକ ପୁଲିସକୁ ସୂଚନା ଦେଇଥିଲେ।
Follow Us