ଡ୍ରାଇଭରଙ୍କ ଅଜବ ବୁଦ୍ଧି: ଅଧିକ ନ ବୁଲିବା ପାଇଁ ଫୁଟ ଓଭରବ୍ରିଜରେ ନେଲେ ଅଟୋରିକ୍ସା

ଡ୍ରାଇଭରଙ୍କ ଅଜବ ବୁଦ୍ଧି: ଅଧିକ ନ ବୁଲିବା ପାଇଁ ଫୁଟ ଓଭରବ୍ରିଜରେ ନେଲେ ଅଟୋରିକ୍ସା

ମୁମ୍ବାଇ: ରାସ୍ତା ଉପରେ ଫୁଟ ଓଭରବ୍ରିଜ ନିର୍ମାଣ କରାଯାଇଥିବାର ଆପଣ ଦେଖିଥିବେ | ରାସ୍ତାରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାକୁ ଯେଭଳି କୌଣସି ଲୋକଙ୍କୁ ଅସୁବିଧା ନ ହେବ ସେହି ଲକ୍ଷ୍ୟ ନେଇ ମୁଖ୍ୟତଃ ଫୁଟ ଓଭରବ୍ରିଜ ନିର୍ମାଣ କରାଯାଇଥାଏ | କିନ୍ତୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଫୁଟ ଓଭରବ୍ରିଜରେ ଯଦି ଅଟୋ ଚାଲେ ! କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ମହାରାଷ୍ଟ୍ରର ପାଲଘରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ୟୁଟର୍ଣ୍ଣରୁ ବର୍ତ୍ତିବା ପାଇଁ ଅଟୋ ଚାଳକ ଏଭଳି ପନ୍ଥା ଆପଣେଇଥିଲେ | ଅଟୋ ଚାଳକ ଜଣକ ତାଙ୍କ ଅଟୋରିକ୍ସାକୁ ଫୁଟ ଓଭରବ୍ରିଜ୍ ଉପରେ ଚଢ଼ାଇଥିଲେ |


ଏହାପରେ ଫୁଟ ଓଭରବ୍ରିଜରୁ ପୁଣି ଆର ପାର୍ଶ୍ୱକୁ ଯାଇ ଅଟୋ ନେଇ ଚାଲିଯାଇଥିଲେ | ତେବେ ଫୁଟ ଓଭରବ୍ରିଜ ଉପରେ ଅଟୋ ରିକ୍ସା ଦେଖି ସେଠାରେ ଉପସ୍ଥିତ ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଅଟୋ ଚାଳକର କାରନାମା ଦେଖିବାକୁ ପାଇବେ | ଏହି ଭିଡିଓକୁ ରୋଡ୍ସ ଅଫ୍ ମୁମ୍ବାଇ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।

publive-image

ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଡ୍ରାଇଭରକୁ ଧରିବାକୁ ଚେଷ୍ଟା କରୁଛି। ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାରରେ ଘଟିଛି ଏବଂ ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe