ସ୍ତ୍ରୀକୁ ହତ୍ୟା କରିବାକୁ ୮୩ କିଲୋମିଟର୍‌ର ଯାତ୍ରା; ତାପରେ ଆତ୍ମହତ୍ୟା...

Advertisment

କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳେ କେରଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳେ କେରଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

www.ndtv.com

ତିରୁବନନ୍ତପୁରମ୍‌: କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳେ କେରଳର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ୍‌ ଏହି ଘଟଣାର ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ କୃଷ୍ଣକୁମାର ଓ ସଂଗୀତା ନାମକ ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ଥିଲା। ନିଜ ପତ୍ନୀଙ୍କ କେବଳ ହତ୍ୟା କରିବା ପାଇଁ ୫୨ ବର୍ଷୀୟ କୃଷ୍ଣଚନ୍ଦ୍ର ୮୩ କିଲୋମିଟର୍‌ ଗାଡ଼ି ଚଲାଇ ଯାଇଥିଲେ। 

କୃଷ୍ଣଚନ୍ଦ୍ର ସକାଳୁ ସକାଳୁ କେରଳରୁ କୋଏମ୍ବାଟୁର୍‌ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସେଠାରେ ସେ ଘରୋଇ ସ୍କୁଲ୍‌ର ଶିକ୍ଷୟିତ୍ରୀ ସଂଗୀତାଙ୍କୁ ଭେଟିଥିଲେ। ଅଭିଯୋଗ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହା ପରେ କୃଷ୍ଣକୁମାର ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

କିଛି ମିନିଟ୍ ମଧ୍ୟରେ, କୃଷ୍ଣକୁମାର ତାଙ୍କ କାରକୁ ଫେରି ତାଙ୍କ ଘରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ପହଞ୍ଚିବା ପରେ, ସେ ତାଙ୍କ ବାପାଙ୍କ ସମ୍ମୁଖରେ ନିଜକୁ ଗୁଳି କରି ହତ୍ୟା କରିଥିଲେ। କୃଷ୍ଣକୁମାର ଏକ ଏୟାର ଗନ୍ ବ୍ୟବହାର କରିଥିବା ଜଣାପଡ଼ିଛି।

ଗୁଳି ବାଜିବାରୁ ଭୟଭୀତ ହୋଇ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଙ୍ଗୀତାଙ୍କ ମୃତଦେହ ଉଦ୍ଧାର କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe