ଫାରୁକ୍‌ ଅବ୍ଦୁଲ୍ଲାଙ୍କ ବାସଭବନକୁ ଜବରଦସ୍ତି ପଶୁଥିବା ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା

Advertisment
ଫାରୁକ୍‌ ଅବ୍ଦୁଲ୍ଲାଙ୍କ ବାସଭବନକୁ ଜବରଦସ୍ତି ପଶୁଥିବା ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା

ଜମ୍ମୁ: ଶନିବାର ସକାଳେ ଜମ୍ମୁ ଅନ୍ତର୍ଗତ ଭତିଣ୍ଡିଠାରେ ଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ପାର୍ଟିର ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଘର ଭିତରକୁ ଜବରଦସ୍ତି ପ୍ରବେଶ କରୁଥିବା ଜଣେ ଅପରିଚିତ କାର୍‌ ଆରୋହୀ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

ଜଣେ ନିରାପତ୍ତା କର୍ମଚାରୀ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ସିଜ୍‌ କରିଛି। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି। ବ୍ୟକ୍ତି ଜଣକ ସକାଳ ପ୍ରାୟ ସାଢ଼େ ନଅଟା ବେଳେ ଏକ ଏସ୍‌ୟୁଭି ଯୋଗେ ଆସିଥିବା ଜଣାପଡ଼ିଛି।

ଜମ୍ମୁର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିବେକ ଗୁପ୍ତ ବୁଝାଇ କହିଛନ୍ତି ଯେ ମୁଖ୍ୟ ଫାଟକ ଭାଙ୍ଗି ଲୋକଟି ବାସଭବନ ହତା ମଧ୍ୟକୁ ପ୍ରବେଶ କରିଥିଲା। ସେଠାରେ ଥିବା ଡିୟୁଟି ଅଫିସର୍‌ଙ୍କ ସହ ସେ ବ୍ୟକ୍ତି ମାଡ଼ଗୋଳ କରିଥିଲେ। ଫଳରେ କେତେକ ଜିନିଷ ଭାଙ୍ଗିରୁଜି ଯାଇଥିଲା। ପରେ ଯାଇ ତାଙ୍କୁ ଗୁଳି କରି ହତ୍ୟା କରାଗଲା।

ଏହା କୌଣସି ଆତଙ୍କବାଦୀ ଆକ୍ରମଣ ଭଳି ମନେହେଉ ନହିଁ ବୋଲି ପୁଲିସ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe