ଲିଭ-ଇନ୍ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା: ଜୀବନ ହାରିଲେ ଯୁବକ, ପ୍ରେମିକା ଗୁରୁତର

Advertisment

ଭଡ଼ା ଘରେ ରହୁଥିବା ଲିଭ-ଇନ୍ ଦମ୍ପତିଙ୍କ ମଧ୍ୟରେ ଏକ ବଡ଼ ଧରଣର କଳହ ହେବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପ୍ରେମିକା ଗୁରୁତର ଆହତ ହୋଇଛନ୍ତି।

Updated On

ଭଡ଼ା ଘରେ ରହୁଥିବା ଲିଭ-ଇନ୍ ଦମ୍ପତିଙ୍କ ମଧ୍ୟରେ ଏକ ବଡ଼ ଧରଣର କଳହ ହେବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପ୍ରେମିକା ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
New Project (3)

ଗୌହାଟୀ: ଆଜିକାଲି ଲିଭ-ଇନ୍ ରିଲେସନ୍‌ସିପ୍‌ରେ ରହିବା ଯେପରି ଏକ ସାଧାରଣ କଥା; ଲିଭ-ଇନ୍ ପାର୍ଟନରଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବା ବି ଅତି ସାଧାରଣ ପାଲଟିଗଲାଣି। 

ଗୌହାଟୀରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଭଡ଼ା ଘରେ ରହୁଥିବା ଲିଭ-ଇନ୍ ଦମ୍ପତିଙ୍କ ମଧ୍ୟରେ ଏକ ବଡ଼ ଧରଣର କଳହ ହେବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପ୍ରେମିକା ଗୁରୁତର ଆହତ ହୋଇଛନ୍ତି।

ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣା ବୁଧବାର କାଲିପାଲିପାର କଲ୍ୟାଣୀ ନଗରରୁ ରିପୋର୍ଟ ହୋଇଛି। ଜାଣିବାକୁ ମିଳିଛି ଯେ, ଗତ ବର୍ଷ ଏହି ପ୍ରେମୀଯୁଗଳ ଲିଭ-ଇନ୍ ସମ୍ପର୍କରେ ଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଝଗଡ଼ା ବୃଦ୍ଧି ପାଇବା ପ‌ରେ ପରିସ୍ଥିତି ଭୟାବହ ହୋଇଥିଲା। 

ଏବେ ନବଜ୍ୟୋତି ତାଲୁକଦାର ନାମକ ବ୍ୟକ୍ତିଙ୍କୁ ଗୋଟିଏ କୋଠରୀରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ସାଥୀ ସୁସ୍ମିତା ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ସୂତ୍ର ଅନୁସାରେ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡା ଏବଂ ଭୁଲ ବୁଝାମଣା ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଥିଲା। ପୁଲିସ କହିଛି ଯେ ସେହି ବ୍ୟକ୍ତି ସୁସ୍ମିତାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ ଏବଂ ପରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ସୁସ୍ମିତା ତାଙ୍କ ହାତ କାଟି ଜୀବନ ଶେଷ କରିବାକୁ ଚେଷ୍ଟା କରିବା ପୂର୍ବରୁ ପୁଲିସକୁ ସୂଚନା ମିଳି ଯାଇଥିଲା। ପୁଲିସ୍‌ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe