ଅନ୍ତିମ ସଂସ୍କାର ପାଇଁ ଚେକ୍‌ରେ ଦସ୍ତଖତ କରି ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଅନ୍ତିମ ସଂସ୍କାର ପାଇଁ ଚେକ୍‌ରେ ଦସ୍ତଖତ କରି ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ମହିଶୂର: ଶ୍ରୀରଙ୍ଗପାଟଣାର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏକ ଲଜ୍‌ ଭିତରେ ବେକରେ ଫାଶିଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ସେ ଆତ୍ମହତ୍ୟା କରିବା ପୂର୍ବରୁ କରିଯାଇଥିବା କାର୍ଯ୍ୟ। ନିଜ ମୃତ୍ୟୁ ପୂର୍ବରୁ ଅନ୍ତିିମ ସଂସ୍କାର ନେଇ ବେଶ୍‌ ଚିନ୍ତିତ ଏହି ବ୍ୟକ୍ତିଜଣକ ଜଣେ ନିର୍ଦ୍ଦିଷ୍ଟ ପୁରୋହିତଙ୍କ ଦ୍ୱାରା ତାଙ୍କ ଅନ୍ତେଷ୍ଟିକ୍ରିୟା କରିବାକୁ ନିଜ ମୃତ୍ୟୁଲେଖରେ ଉଲ୍ଲେଖ କରିବା ସହିତ ତାଙ୍କ ଅନ୍ତିମ ସଂସ୍କାର ପାଇଁ ୪୦ ହଜାର ଟଙ୍କାର ଏକ ଚେକ ଦସ୍ତଖତ କରି ଯାଇଛନ୍ତି।ଆଉ ଏହି ଟଙ୍କାରେ ହିଁ ତାଙ୍କ ଅନ୍ତିିମ ସଂସ୍କାର ହେବ ବୋଲି ଉଲ୍ଲେଖ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମହିଶୂରର ରାମକୃଷ୍ଣନଗରର ଅଧିବାସୀ ରାଜ୍ୟ ଶକ୍ତି ବିଭାଗରେ କାର୍ଯ୍ୟ କରି ଅବସର ନେଇଛନ୍ତି। ୬୯ ବର୍ଷ ବୟସ୍କ ରାମକୃଷ୍ଣ ଗତ କିଛି ଦିନ ହେବ ବେଶ୍‌ ଅବସାଦଗ୍ରସ୍ତ ଥିଲେ। ତାଙ୍କ ପିଲାମାନେ ସମାଜରେ ପ୍ରତିଷ୍ଠିତ ଥିବା ସତ୍ତ୍ୱେ ସେ ତାଙ୍କ ଅନ୍ତିମ ସଂସ୍କାର ନେଇ ଚିନ୍ତିତ ଥିଲେ। ତେଣୁ ଗତ ମଙ୍ଗଳବାର ଦିନ ରାମକୃଷ୍ଣ ଶ୍ରୀରଙ୍ଗାପାଟଣାର ଏକ ଲଜ୍‌ରେ ଆସି ରହିଥିଲେ। ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେ ପିଲାମାନଙ୍କ ପାଇଁ ବୋଝ ହେବ ବୋଲି ଆଶଙ୍କା କରି ନିଜ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଳେ। ତେବେ ଲଜ୍‌ ଭିତରେ ବୁଧବାର ଦିନ ଆତ୍ମହତ୍ୟା କରିବା ପୂର୍ବରୁ ରାମକୃଷ୍ଣ ଏକ ୪୦ ହଜାର ଟଙ୍କାର ମୂଲ୍ୟର ଏକ ଚେକ୍‌ରେ ଦସ୍ତଖତ କରିଥିଲେ।ଆଉ ଏହି ଅର୍ଥରେ ତାଙ୍କର ଅନ୍ତମ ସଂସ୍କାର କରିବାକୁ ଉଲ୍ଲେଖ କରିଥିଲେ।ଏପରିକି ତାଙ୍କ ଅନ୍ତିମ ସଂସ୍କାର ଶ୍ରୀରଙ୍ଗାପାଟଣାରେ କରିବା ସହିତ ଅଞ୍ଚଳର ଜଣାଶୁଣା ପୁରୋହିତ ଭାନୁପ୍ରକାଶ ଶର୍ମାଙ୍କ ଦ୍ୱାରା କରିବାକୁ ନିଜ ଶେଷ ଇଛାରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe