ଡେବିଟ୍‌ କାର୍ଡରେ ପିନ୍‌ ନମ୍ବର ଲେଖିଲେ ବୃଦ୍ଧ; ଏଟିଏମ୍‌ରୁ ୭୫, ୦୦୦ ଟଙ୍କା କାଢ଼ିନେଲା ପକେଟ୍‌ମାର୍‌

Advertisment
ଡେବିଟ୍‌ କାର୍ଡରେ ପିନ୍‌ ନମ୍ବର ଲେଖିଲେ ବୃଦ୍ଧ; ଏଟିଏମ୍‌ରୁ ୭୫, ୦୦୦ ଟଙ୍କା କାଢ଼ିନେଲା ପକେଟ୍‌ମାର୍‌

Image Courtesy of IT News

ପୁଣେ: ଡେବିଟ୍‌ କାର୍ଡ କଭର ଉପରେ ପର୍ସନାଲ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର (ପିନ୍‌) ଲେଖି ହୁଲ୍‌ଗପ୍ପା କୁରାଡ଼େ ନାମକ ଜଣେ ୫୬ ବର୍ଷିୟ ବ୍ୟକ୍ତି ଦୁଃଖରେ ପଡ଼ିଛନ୍ତି।

କାର୍ବେନଗରରେ ବସବାସ କରୁଥିବା ଏହି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପର୍ସଟିକୁ ଫେବ୍ରୁଆରି ୧୦ ତାରିଖ ଦିନ ସ୍ୱାର୍ଗେଟ୍‌ ବସ୍‌ଷ୍ଟାଣ୍ଡ୍‌ରେ ପକେଟ୍‌ମାରୁ ହୋଇଯାଇଥିଲା। ପର୍ସରେ ଥିଲା ୧୬୦୦୦ ଟଙ୍କା। ତା’ପରେ ଚୋରମାନେ ତାଙ୍କ ଡେବିଟ୍‌ କାର୍ଡ ବ୍ୟବହାର କରି ଗୋଟିଏ ଏଟିଏମ୍‌ରୁ ୭୫ ହଜାର ଟଙ୍କା ମଧ୍ୟ ଚୋରଇ ନେଇଛନ୍ତି।

କିନ୍ତୁ କୌତୂହଳର କଥା ଟଙ୍କା ଉଠାଣ ବାବଦରେ କୁରାଡ଼େଙ୍କ ପାଖକୁ ବ୍ୟାଙ୍କ୍‌ରୁ କୌଣସି ଆଲର୍ଟ ମେସେଜ୍‌ ଆସି ନ ଥିଲା। ଫେବ୍ରୁଆରି ୨୨ ତାରିଖ ଦିନ ସେ ବ୍ୟାଙ୍କ୍‌ର କାର୍ବେନଗର ଶାଖାକୁ ଯାଇଥିବା ବେଳେ ଆକାଉଣ୍ଟ୍‌ରେ ଟଙ୍କା ନ ଥିବା ଜାଣିଥିଲେ। ତା’ପରେ ସେ ସ୍ୱାର୍ଗେଟ୍‌ ଥାନାରେ ଏତଲା ଦେଇଥିଲେ।

publive-image Image Courtesy of IT News

ମାମଲାର ତଦନ୍ତ କରୁଥିବା ସହକାରୀ ଇନ୍‌ସ୍‌ପେକ୍ଟର୍‌ ପ୍ରକାଶ ମୋର୍‌ କହନ୍ତି, ଏକ ଘରୋଇ ପ୍ରତିଷ୍ଠାନରୁ ଅବସର ଗ୍ରହଣ କରିବା ପରେ କୁରାଡ଼େ କାର୍ବେନଗରରେ ରହୁଛନ୍ତି। କର୍ଣ୍ଣାଟକକୁ ବସ୍‌ ଧରିବାକୁ ଫେବ୍ରୁଆରି ୧୦ ତାରିଖ ଦିନ କୁରାଡ଼େ ସ୍ୱାର୍ଗେଟ୍‌ ବସ୍‌ଷ୍ଟାଣ୍ଡ୍‌କୁ ଯାଇଥିଲେ।। ସେଠାରେ କୌଣସି ଆତ୍ମୀୟଙ୍କୁ ଭେଟିବା ଥିଲା ତାଙ୍କର ଯୋଜନା।

ପ୍ରାୟ ରାତି ୯ଟା ବେଳେ କୁରାଡ଼େ ବସ୍‌କୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ କେହି ତାଙ୍କର ପକେଟ୍‌ମାର୍‌ କରିଥିଲା। ପର୍ସରେ ଥିଲା ନଗତ ୧୬ ହଜାର ଟଙ୍କା ଏବଂ ଏକ ସମବାୟ ବ୍ୟାଙ୍କ୍‌ ଦେଇଥିବା ଡେବିଟ୍‌ କାର୍ଡ।

ବସ୍‌ ଧରିବାକୁ ବ୍ୟସ୍ତଥିବାରୁ କୁରାଡ଼େ ତୁରନ୍ତ ଅଭିଯୋଗ ଦାଏର୍‌ କରି ନ ଥିଲେ। ପୁଣେକୁ ଫେରି ମଧ୍ୟ ସେ ଥାନାରେ ଅଭିଯୋଗ କରି ନ ଥିଲେ। କୁରାଡ଼େ ଜଣେ ହୃଦ୍‌ରୋଗୀ ଏବଂ ନିକଟରେ ତାଙ୍କର ଅପରେସନ୍‌ ହୋଇଥିଲା।

ଫେବ୍ରୁଆରି ୨୨ ତାରିଖ ଦିନ କୌଣସି କାମରେ କୁରାଡ଼େ କାର୍ବେନଗରସ୍ଥିତ ବ୍ୟାଙ୍କ୍‌କୁ ଯାଇ ଦେଖିଲେ ୭୫ ୦୦୦ ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ ଉଠାଯାଇଛି। ଷ୍ଟେଟ୍‌ମେଣ୍ଟ୍‌ ଚେକ୍‌ କରିବାରୁ ସେ ଦେଖିଲେ ଫେବ୍ରୁଆରି ୧୨ ଏବଂ ଫେବ୍ରୁଆରି ୧୩ ତାରିଖ ମଧ୍ୟରେ ଭିନ୍ନ ଭିନ୍ନ ଏଟିଏମ୍‌ କିଓସ୍କରୁ ଟଙ୍କା ଉଠାଯାଇଛି।

ଡେବିଟ୍‌ କାର୍ଡ ଯୋଗେ ଟଙ୍କା ଉଠାଯାଇଥିବା ଜାଣିବା ପରେ କୁରାଡ଼େ ତୁରନ୍ତ ଥାନାରେ ପହଞ୍ଚି ଅଭିଯୋଗ ଦାଏର କରିଥିଲେ। ଅଭିଯୋଗରେ କୁରାଡ଼େ ଦର୍ଶାଇଛନ୍ତି ଯେ କାଳେ ଭୁଲି ଯିବେ ସେଥିପାଇଁ ସେ କାର୍ଡ କଭର୍‌ରେ ପିନ୍‌ ଲେଖିଥିଲେ।

ପୁଲିସ କହେ ପକେଟ୍‌ମାର ହୋଇଥିବା କଥା ଜାଣିବା ପରେ କୁରାଡ଼େ ତୁରନ୍ତ ଥାନାରେ ଜଣାଇବା ଉଚିତ ଥିଲା। ଆମେ ତାଙ୍କ ଡେବିଟ୍‌ କାର୍ଡ ବ୍ଲକ୍‌ କରି ଦେଇଥାଆନ୍ତୁ।

ଜଣେ ବରିଷ୍ଠ ଥାନା ଅଧିକାରୀ କହନ୍ତି: କୁରାଡ଼େଙ୍କ ବ୍ୟାଙ୍କ୍‌ରୁ ଟଙ୍କା ଉଠାଣର ବିବରଣୀ ଏବଂ ଏଟିଏମ୍‌ କିଓସ୍କ୍‌ର ସିସିଟିଭି ଫୁଟେଜ୍‌ ଅଣାଯାଇ ଅଧିକ ତଦନ୍ତ କରାଯିବ। ଏବେ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe