ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ: କେରଳରେ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ଜୀବନକୁ ବାଜି ଲଗାଇଥିବା ସେନା ବିରୋଧରେ ‘ଫେକ୍‌’ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ!

Advertisment
ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ: କେରଳରେ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ଜୀବନକୁ ବାଜି ଲଗାଇଥିବା ସେନା ବିରୋଧରେ ‘ଫେକ୍‌’ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ!

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ଏବେ ସେନା ବାହିନୀ ଠାରୁ ଆରମ୍ଭ କରି ଏନ୍‌ଡିଆରଏଫ୍‌ ଓ ସରକାରୀ, ବେସରକାରୀ ସବୁ ସ୍ତରରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କେତେକ ପ୍ରତାରକ ସୋସିଆଲ ମିଡିଆର ସାହାଯ୍ୟ ନେଇ ମିଥ୍ୟା ତଥ୍ୟ ଓ ପ୍ରତାରଣା ପୂର୍ଣ୍ଣ ଅପପ୍ରଚାର ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି।

ଏହିପରି ଜଣେ ପ୍ରତାରକ ତଥା ପ୍ରବଞ୍ଚକ ସେନା ପୋଷାକ ପରିଧାନ କରି କେରଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ମୁତୟନ ଥିବା ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟ ମନ୍ତ୍ରୀମାନେ ଦୁର୍ବବ୍ୟହାର ପ୍ରଦର୍ଶନ ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି କହିବା ସହ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରାଇବା ପରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, ସେନା ବିଭାଗର ବରିଷ୍ଠ ଅଧିକାରମାନେ ଏହି ଭିଡିଓକୁ ସଂପୂର୍ଣ୍ଣ ମିଥ୍ୟା ଓ ପ୍ରତାରଣା ପୂର୍ଣ୍ଣ ବୋଲି କହିବା ସହ କୌଣସି ପ୍ରତାରକର ଏହା ଏକ ହୀନ କାର୍ଯ୍ୟ ବୋଲି କହିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଫେସ୍‌ବୁକରେ ଭାରତୀୟ ମହିଳା ମୋର୍ଚ୍ଚା ଥାଲାସେରୀ ମଣ୍ଡଲମ୍‌ ନାମକ ଏକ ପେଜ୍‌ ଜରିଆରେ ଭାଇରାଲ ହୋଇଥିବା ଏହି ଫେକ୍‌ ଭିଡିଓରେ ଜଣେ ପ୍ରତାରକ ସେନା ପୋଷାକ ପରିଧାନ କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍‌ ଉଦ୍ଦେଶ୍ୟମୂଳକ ଭାବେ ସେନା ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି। ତେବେ, ତେବେ, ସେନା ବିଭାଗର ବରିଷ୍ଠ ଅଧିକାରମାନେ ଏହି ଭିଡିଓକୁ ସଂପୂର୍ଣ୍ଣ ମିଥ୍ୟା ଓ ପ୍ରତାରଣା ପୂର୍ଣ୍ଣ ବୋଲି କହିବା ସହ କୌଣସି ପ୍ରତାରକର ଏହା ଏକ ହୀନ କାର୍ଯ୍ୟ ବୋଲି କହିବା ସହ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe