Image Source: Hindustan Times
ଲଣ୍ଡନ: ମଦର ଟେରେସାଙ୍କ ସ୍ୱତନ୍ତ୍ର ସହଯୋଗୀ ଭାବେ ନବେ ଦଶକରେ କୋଲ୍କାତାରେ କାମ କରିଥିବା ଜଣେ ଦାତବ୍ୟକର୍ମୀଙ୍କୁ ହତ୍ୟା କରିଥିବା କାରଣରୁ ଇଂଲଣ୍ଡ୍ରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।
ଗତବର୍ଷ ଜୁଲାଇ ମାସରେ କଲିନ୍ ପେନ୍ ନାମରେ ସେ ୬୧ ବର୍ଷିୟ ଆତତାୟୀ ମଦର ଟେରେସାଙ୍କର ପୂର୍ବତନ ସହଯୋଗୀ ୫୪ ବର୍ଷିୟ ମାର୍କ ବ୍ଲୁମ୍ଫିଲ୍ଡ୍ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏ ସପ୍ତାହରେ େଓ୍ଵଲ୍ସ୍ସ୍ଥିତ ସ୍ୱାନ୍ସି କ୍ରାଉନ୍ କୋର୍ଟ ତାଙ୍କ ପ୍ରତି କାରାଦଣ୍ଡାଦେଶ ଦେଇଛନ୍ତି।
ବ୍ଲୁମ୍ଫିଲ୍ଡ୍ଙ୍କ ପରିବାର ତରଫରୁ ଲେଖାଯାଇଥିବା ଶ୍ରଦ୍ଧାଞ୍ଜଳି ବିବୃତିରେ ଉଲ୍ଲେଖ କରାଯାଇଛି: ମାର୍କ ବ୍ଲୁମ୍ଫିଲ୍ଡ୍ ଯେଉଁ ଗାଥା ସୃଷ୍ଟି କରିଯାଇଛନ୍ତି ତାହା ସେ ଭେଟିଥିବା ଅଗଣିତ ବ୍ୟକ୍ତିଙ୍କ ଜୀବନରେ ବଞ୍ଚିରହିବ। କୋଲ୍କାତାରେ ମଦର ଟେରେସାଙ୍କ ସ୍ୱତନ୍ତ୍ର ସହଯୋଗୀ ଭାବେ ତାଙ୍କ ଅଭିଯାନରେ ବ୍ଲୁମ୍ଫିଲ୍ଡ୍ଙ୍କର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ। ଟେରେସା ଯେଉଁମାନଙ୍କର ତତ୍ତ୍ୱ ନେଉଥିଲେ ତାଙ୍କ ପାଇଁ ମଧ୍ୟ ମ୍ଫିଲ୍ଡ୍ଙ୍କର ଅବଦାନ ଥିଲା।
Image Source: DT Nextଭାରତରେ ସେ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କ୍ୟାମ୍ପ୍ ଆୟୋଜନ କରୁଥିଲେ ଏବଂ ବାଳିକାମାନଙ୍କ ପାଠପଢ଼ା ଲାଗି ବିଦ୍ୟାଳୟ ସ୍ଥାପନ କରିଥିଲେ। ଆଫ୍ରିକାରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସେ ଶିକାରୀମାନଙ୍କ ସହ ଲଢ଼ିବା ଲାଗି ଅଲ୍ଟ୍ରା ଲାଇଟ୍ ବିମାନ ପ୍ରଚଳନ କରାଇଥିଲେ।
ଗୁରୁବାର ଦିନ ଅଦାଲତରେ ବିଚାରପତି ପଲ୍ ଟୋମାସ୍ କହିଥିଲେ: ବ୍ଲୁମ୍ଫିଲ୍ଡ୍ଙ୍କ ଅପରାଧ ହେଲା ସେ ଦିନ ପୂର୍ଣ୍ଣମୀରେ ସେ ଆପଣଙ୍କ ମହିଳାବନ୍ଧୁଙ୍କ ପିଠିକୁ କ୍ଷଣିକ ପାଇଁ ବିୟର୍ କେନ୍ରେ ସ୍ପର୍ଶ କରିପକାଇଥିଲେ। ସେଇ କାରଣରୁ ତାଙ୍କର ଜୀବନ ଗଲା।
ଆପଣ ବ୍ଲୁମ୍ଫିଲ୍ଡ୍ଙ୍କୁ ଘୋଷାରି ଆଣି ଚଟାଣରେ ପକାଇଦେଲେ, ତାଙ୍କ ମୁଣ୍ଡରେ ଗୋଇଠା ମାରି ଦୁଇ ମୁଥା ପକାଇଲେ। ସେଥିରେ ତାଙ୍କ ମୁଣ୍ଡ କଙ୍କ୍ରିଟ୍ରେ ପିଟି ହୋଇଗଲା। ତାଙ୍କର ଚେତାବୁଡ଼ିଗଲା ଓ ଦୁଇ ଦିନ ପରେ ସେ ଡାକ୍ତରଖାନାରେ ମୃତ୍ୟୁବରଣ କଲେ।
Follow Us