Image Courtesy of NDTV
ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ପୁଲିସ ଭ୍ୟାନ୍ରୁ ଡେଇଁ ପଡ଼ି ଆହତ ହେବାରୁ ଜଣେ ୪୭ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ମୃତ ବ୍ୟକ୍ତି ହେଉଛନ୍ତି ପ୍ରମୋଦ। ଭ୍ୟାନ୍ରୁ ଡେଇଁ ପଡ଼ି ଆହତ ହେବା ପରେ ପୁଲିସ କର୍ମଚାରୀମାନେ ତାଙ୍କୁ ବିଭିନ୍ନ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଅଥଚ ଶଯ୍ୟା ଓ ଅନ୍ୟାନ୍ୟ ଉପକରଣ ନ ଥିବା ଦର୍ଶାଇ ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପ୍ରମୋଦଙ୍କୁ ଆଡ୍ମିସନ୍ କରାଇ ଦେଇ ନ ଥିଲେ।
କୌଣସି ଡାକ୍ତରଖାନାରେ ଆଡ୍ମିସନ୍ କରାଯାଇ ନ ପାରିବାରୁ ପରିଶେଷରେ ଭୋର୍ ୫.୪୫ରେ ପ୍ରମୋଦଙ୍କର ମୃତ୍ୟୁ ଘଟିଲା ବୋଲି ପୁଲିସ କହିଛି।
Image Courtesy of Times of Indiaଉତ୍ତରପୂର୍ବାଞ୍ଚଳ ‘ଡିସିପି’ ଜୟ ତିର୍କୀ କହିଛନ୍ତି, ଶାନ୍ତି ମହଲା ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିବା ସେ ଅଭିଯୁକ୍ତଙ୍କୁ ପାଟ୍ରୋଲିଙ୍ଗ୍ ଷ୍ଟାଫ୍ ନିୟୁ ଉସ୍ମାନ୍ପରୁ ଥାନାକୁ ନେଉଥିଲେ। ମଦ୍ୟପାନ କରିଥିବାରୁ ଅଭିଯୁକ୍ତ ସେତେବେଳେ ବାନ୍ତି କରୁଥିଲେ। ଭ୍ୟାନ୍ର କାଚ ଝରକା ଖୋଲି ହଠାତ୍ ସେ ଚଳନ୍ତା ଗାଡ଼ିରୁ ବାହାରକୁ ଡେଇଁ ରାସ୍ତାରେ ପଡ଼ିଗଲେ। ତୁରନ୍ତ ପୁଲିସ ତାଙ୍କୁ ପ୍ରଥମେ ଜଗ ପ୍ରବେଶ ଚନ୍ଦ୍ର ହସ୍ପିଟାଲ୍କୁ ନେଇଥିଲେ। ଶଯ୍ୟା ଓ କେତେକ ଡାକ୍ତରୀ ଉପକରଣ ନ ଥିବା ଦର୍ଶାଇ ସେଠାକାର ଡାକ୍ତରମାନେ ତାଙ୍କୁ ଅନ୍ୟତ୍ର ନେଇ ଯିବାକୁ ରେଫର୍ କଲେ। ତା’ପରେ ପୁଲିସ ତାଙ୍କୁ ନେଇ ଆଉ ୪/୫ଟି ସରକାରୀ ଡାକ୍ତରଖାନାକୁ ଗଲା। କିନ୍ତୁ, କେଉଁଠି ଶଯ୍ୟା ନାହିଁ, କେଉଁଠି ସିଟି-ସ୍କାନ୍ ନାହିଁ, ଆଉ କେଉଁଠି ଭେଣ୍ଟିଲେଟର୍ ନାହିଁ, କହି କର୍ତ୍ତୃପକ୍ଷମାନେ ଆହତ ଅଭିଯୁକ୍ତଙ୍କୁ ଭର୍ତ୍ତି କରାଇ ଦେଲେ ନାହିଁ।
ସକାଳ ୫.୪୫ରେ ପୁଣି ତାଙ୍କୁ ଜଗ ପ୍ରବେଶ ଚନ୍ଦ୍ର ହସ୍ପିଟାଲ୍କୁ ନିଆଗଲା, କିନ୍ତୁ ସେ ମରିଯାଇଥିବା କଥା ଡାକ୍ତରମାନେ ଘୋଷଣା କଲେ।
Follow Us