ଫ୍ଲାଏଓଭର୍‌ ଉପରେ ଜଳନ୍ତା କାର୍‌ରୁ ଡେଇଁବା ପରେ କାର୍‌କୁ ଅଟକାଇବାକୁ ଧାଇଁଲେ ମାଲିକ

Advertisment
ଫ୍ଲାଏଓଭର୍‌ ଉପରେ ଜଳନ୍ତା କାର୍‌ରୁ ଡେଇଁବା ପରେ କାର୍‌କୁ ଅଟକାଇବାକୁ ଧାଇଁଲେ ମାଲିକ

ଗୁରଗ୍ରାମ: ମଙ୍ଗଳବାର ସନ୍ଧ୍ୟାରେ ଗୁରୁଗ୍ରାମ ଫ୍ଲାଏ ଓଭର୍‌ ଉପରେ ଜଣେ ବ୍ୟକ୍ତି ଗୋଟାଏ ଜଳନ୍ତା କାର୍‌କୁ ଗୋଡ଼ାଉ ଥିବାର ନାଟକୀୟ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଘଟନାଟିକୁ ବୁଝାଇବାକୁ ଯାଇ ପୁଲିସ କହିଛି ଯେ ମଙ୍ଗଳବାର ଦିନ ୪୪ ବର୍ଷିୟ ରାକେଶ ଚାଣ୍ଡେଲ୍‌ ଦୀପାବଳି ଉପହାର ବାଣ୍ଟିବା ନିମନ୍ତେ ସେକ୍ଟର୍‌ ୨୫କୁ ଯାଇଥିଲେ। କାର୍‌ ଚଳାଇ ଘରକୁ ଫେରୁଥିବା ବେଳେ ସେଥିରେ ହଠାତ୍‌ ନିଅାଁ ଲାଗିଯାଇଥିଲା। ସୌଭାଗ୍ୟକୁ ମାନେଶ୍ୱର ନିକଟବର୍ତ୍ତୀ ଏକ ମ୍ୟାନ୍‌ ପାଓ୍ଵାର୍‌ ଫାର୍ମର କର୍ମଚାରୀ ଚାଣ୍ଡେଲ୍‌ ରକ୍ଷା ପାଇ ଯାଇଥିଲେ।

ଭିଡିଓରେ ଦେଖା ଯାଉଛି ରାଜୀବ ଚୌକ୍‌ ଫ୍ଲାଏ ଓଭର୍‌ ଠାରେ ଗୋଟିଏ ଅଟୋ ରିକ୍ସାକୁ ଧକ୍କା ଦେବା ପୂର୍ବରୁ ସେ ଜଳନ୍ତା କାର୍‌ ପଛରେ ଧାଉଁଛନ୍ତି।

ଚାଣ୍ଡେଲ୍‌ କହନ୍ତି ସେ କିଛି ଶବ୍ଦ ଶୁଣି କାର୍‌ରେ କ’ଣ ବିଗିଡ଼ି ଗଲା ବୋଲି ଯାଞ୍ଚ କରିବାକୁ ଅଟକି ଗଲେ। ଓହ୍ଲାଇ ପଡ଼ି ଦେଖିଲେ ସବୁ ଟାୟାର୍‌ରେ ହାଉଆ ଅଛି। ସେ ପୁଣି ଷ୍ଟାର୍ଟ ଦେଇ ଫ୍ଲାଇ ଓଭର୍‌ ଆଡ଼କୁ ମୁହାଁଇଲେ, କିନ୍ତୁ ମାତ୍ର କେଇ ସେକେଣ୍ଡ ଭିତରେ କାର୍‌ରୁ ସେଇ ଏକ ପ୍ରକାର ଶବ୍ଦ ଆସିଲା।

ଚାଣ୍ଡେଲ୍‌ ପୁଣି ଓହ୍ଲାଇ ପଡ଼ି କାର୍‌ ବନେଟ୍‌ ଖୋଲିଲେ, କିନ୍ତୁ କିଛି ବିଗିଡ଼ି ଥିବାର ଦେଖି ପାରିଲେ ନାହିଁ। ସେ ପୁଣି ଷ୍ଟାର୍ଟ କରି ଫ୍ଲାଏ ଓଭର୍‌ରେ ପହଞ୍ଚିଲେ। ସେ ପୁଣି ସେହି ଶବ୍ଦ ଶୁଣି ଦେଖିଲେ କାର୍‌ରେ ନିଅାଁ ଲାଗିଛି।

ସେ କହନ୍ତି: ମୁଁ ବ୍ରେକ୍‌ ମାରିବାକୁ ଚେଷ୍ଟା କଲି, କିନ୍ତୁ ବ୍ରେକ୍‌ କାମ କଲାନାହିଁ। ମୁଁ କାର୍‌ରୁ ଡେଇଁ ପଡ଼ିଲି। ମୁଁ ହାତ ବ୍ରେକ୍‌ ବି ମାରିଥିଲି, ତାହା ବି କାମ ଦେଲା ନାହିଁ।

ତୁରନ୍ତ ସେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌, ଦମକଳ ଓ ତାଙ୍କ ମାଲିକଙ୍କ ଏ ସମ୍ପର୍କରେ ଫୋନ୍‌ କରି ଜଣାଇଲେ ବୋଲି ଚାଣ୍ଡେଲ୍‌ କହନ୍ତି। କେଇ ମିନିଟ୍‌ ମଧ୍ୟରେ ଘଟନାସ୍ଥଳରେ ଆସି ଗୋଟାଏ ପିସିଆର୍‌ ପହଞ୍ଚି ଚଳନ୍ତା କାର୍‌ଟିକୁ ଅଟକାଇବାକୁ ଉଦ୍ୟମ କରି ବିଫଳ ହେଲେ। ତା’ପରେ ଭୁଲ୍‌ ପଟରେ ଆସୁଥିବା ଗୋଟାଏ ଅଟୋରିକ୍ସା ସହ କାର୍‌ଟି ଧକ୍କା ଖାଇଲା।

ଚାଣ୍ଡେଲ୍‌ ଆହୁରି କହନ୍ତି: ମୁଁ ସାହାଯ୍ୟ ପାଇଁ ଚିତ୍କାର କରୁଥିଲି କିନ୍ତୁ ଲୋକେ ଭିଡିଓ ରେକର୍ଡିଙ୍ଗ୍‌ କରିଥିଲେ। ମତେ ମୂର୍ଚ୍ଛା ଯିବା ପରି ଲାଗୁଥିଲା, କିନ୍ତୁ କେହି ପାଣି ଟୋପେ ଦେଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe