ମନ୍‌ କୀ ବାତ୍‌: ଜନତା ଲଢ଼ୁଛନ୍ତି କରୋନା ଯୁଦ୍ଧ, କଠିନ ସମୟରୁ ଶିକ୍ଷା ମିଳେ

Advertisment

ଦୁଇ ଗଜ ଦୂର ବହୁତ ଜରୁରୀ

ଦୁଇ ଗଜ ଦୂର ବହୁତ ଜରୁରୀ

ମନ୍‌ କୀ ବାତ୍‌: ଜନତା ଲଢ଼ୁଛନ୍ତି କରୋନା ଯୁଦ୍ଧ, କଠିନ ସମୟରୁ ଶିକ୍ଷା ମିଳେ

News18.com

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର 'ମନ୍‌ କୀ ବାତ୍'‌ ରେଡିଓ କାର୍ଯ୍ୟକ୍ରମରେ କ‌ରୋନା ଯୋଦ୍ଧାମାନଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି ଭାରତରେ ପ୍ରତ୍ୟେକ ଲୋକ ଏବେ କରୋନା ବିରୋଧରେ ଲଢ଼ୁଛନ୍ତି ଏବଂ ସମସ୍ତେ ଜଣେ ଜଣେ ଯୋଦ୍ଧା। କରୋନା ମହାମାରୀ ଭଳି ସଙ୍କଟ ସମୟରେ ସବୁ ଲୋକ ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି। ଅସହାୟଙ୍କୁ ଖାଇବାକୁ ଦେବାଠାରୁ ଆରମ୍ଭ କରି ରାସନ୍‌ ବ୍ୟବସ୍ଥା, ଲକ୍‌ଡା‌ଉନ୍‌ ନିୟମ ପାଳନ କରିବା , ହସ୍ପିଟାଲ୍‌ ପରିଚାଳନା କରିବା, ସ୍ବଦେଶୀ ଢଙ୍ଗରେ ମେଡିକାଲ ଉପକରଣ ଉତ୍ପାଦନ କରିବା ଆଜି କାର୍ଯ୍ୟ ସହ ସମଗ୍ର ଦେଶ ଏବେ ଗୋଟିଏ ଦିଗରେ ଗୋଟିଏ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। ଗରିବଙ୍କୁ ସହାୟତା ପାଇଁ ଲୋକେ ଏବେ ଆଗଭର ହେଉଛନ୍ତି। ଲୋକଙ୍କ ପ୍ରେରଣା ଏବଂ ସେବାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର କରୋନା ଯୁଦ୍ଧ ବାସ୍ତବରେ ଲୋକଙ୍କ ପ୍ରେରଣାରେ ହିଁ ଚାଲିଛି। ଜନସାଧାରଣ ଏବଂ ପ୍ରଶାସନ ଦ୍ୱାରା ଘନିଷ୍ଠ ସହଯୋଗରେ ଏହି ଯୁଦ୍ଧ ଲଢ଼ାଯାଉଛି। ଆମେ ଭାଗ୍ୟବାନ ଯେ ସମଗ୍ର ଦେଶ ପ୍ରତ୍ୟେକ ନାଗରିକଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଉଛି। ମୋଦୀ କହିଛନ୍ତି, ସମଗ୍ର ବିଶ୍ବ ଏହି ମହାମାରୀ ସହ ଲଢ଼ୁଛି। କିନ୍ତୁ ଭବିଷ୍ୟତରେ ଯେତେବେଳେ ଉକ୍ତ ମହାମାରୀ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଏହାକୁ ପୁନଃ ମନେ ପକାଯିବ ସେ ସମୟରେ ଭାରତରେ ଲୋକଙ୍କ ଦ୍ବାରା ପରିଚାଳିତ ଏହି କରୋନା ଯୁଦ୍ଧ ନିଶ୍ଚିତ ଭାବେ ଆଲୋଚ୍ୟର ବିଷୟ ହେବ।

ମୋଦୀ କହିଛନ୍ତି, ଆମେ ସମସ୍ତେ‌ ଏକାଠି ଏହି ଯୁଦ୍ଧ ଲଢ଼ିବା। ଆମ କଠିନ ପରିଶ୍ରମୀ କୃଷକମାନେ କାହାକୁ ଭୋକରେ ରହିବାକୁ ଦେଇନାହାନ୍ତି। ପ୍ରତ୍ୟେକ ନାଗରିକ ନିଜ ନିଜ ଦକ୍ଷତା ଅନୁଯାୟୀ ଏହି ସଙ୍କଟ ସମୟରେ ଲଢ଼ୁଛନ୍ତି। କେହି କେହି ସେମାନଙ୍କ ସମସ୍ତ ପେନସନ୍‌ ଓ ପୁରସ୍କାର ରାଶିକୁ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦେଇଛନ୍ତି। କୃଷକମାନେ ସେମାନଙ୍କ ପନିପରିବା ଉତ୍ପାଦକୁ ଦାନ କରିଛନ୍ତି। ଅନେକ ବ୍ୟକ୍ତି ଫେସମାସ୍କ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଗରିବ ଏବଂ ଅସହାୟଙ୍କୁ ସହଯୋଗ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଆମେ 'କୋଭିଡ୍‌ ୱାରିୟର୍ସ ଡଟ୍‌ ଜିଓଭି ଡଟ୍‌ ଇନ୍‌ ' ନାମକ ଏକ ଡିଜିଟାଲ୍‌ ପ୍ଲାଟଫର୍ମ ଆରମ୍ଭ କରିଛୁ। ଏହି ପ୍ଲାଟଫର୍ମ ମାଧ୍ୟମରେ ସାମାଜିକ ସଂଗଠନ, ନାଗରିକ ସମାଜ ଏବଂ ସ୍ଥାନୀୟ ପ୍ରଶାସନର ସ୍ୱେଚ୍ଛାସେବୀମାନେ ସମ୍ପୃକ୍ତ। ଡାକ୍ତର, ନର୍ସ, ଏନ୍‌ସିସି କ୍ୟାଡେଟ୍‌ଙ୍କ ସମେତ ୧.୨୫ କୋଟି ଲୋକ ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ମୋଦୀ କହିଛନ୍ତି, ଯେତେବେଳେ ବିଶ୍ୱ ନେତାମାନେ ତାଙ୍କୁ- 'ଧନ୍ୟବାଦ ଭାରତ, ଭାରତୀୟଙ୍କୁ ଧନ୍ୟବାଦ' କହୁଛନ୍ତି ସେ ସମୟରେ ସେ ବହୁତ ଗର୍ବିତ ଅନୁଭବ କରୁଛନ୍ତି। ଭାରତ ନିଜ ନାଗରିକଙ୍କ ଯତ୍ନ ନେଉଛି ଏବଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ସହଯୋଗ କରୁଛି। ମୋଦୀ କହିଛନ୍ତି ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିବା ପାଇଁ ଯାହା କରିବା ଉଚିତ୍‌ ତାହା କରନ୍ତୁ। ମନେ ରଖିବା ଉଚିତ୍‌ ଯେ ଆମ ପାରମ୍ପାରିକ ପ୍ରଣାଳୀ ଏଥିପାଇଁ ଉତ୍ତମ ପଦ୍ଧତି ପ୍ରଦାନ କରୁଛି। ଏହି ପଦ୍ଧତିଗୁଡ଼ିକୁ ଏବେ ଲୋକପ୍ରିୟ କରାଇବା ଉଚିତ୍‌। ଦୁଇ ଗଜ ଦୂର ନିୟମ ମାନିବା ଅତି ଜରୁରୀ ବୋଲି ମୋଦୀ କହିଛନ୍ତି । ମାସ୍କ ପିନ୍ଧିବାର ଅର୍ଥ ନୁହେଁ ଯେ ମାସ୍କ ପିନ୍ଧିଥିବା ବ୍ୟକ୍ତି ଅସୁସ୍ଥ, ଏହା କେବଳ ଏକ ସତର୍କତା‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେମାନେ ଜାଣୁ ଯେ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଭୁଲ୍‌। ତଥାପି ଏହା ଜାରି ରହିଛି। ଆମେ ଛେପ ନ ପକାଇବା ନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସର୍ବୋତ୍ତମ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ସମସ୍ତେ ଅକ୍ଷୟ ତୃତୀୟା ପର୍ବ ପାଳନ କରୁ କିନ୍ତୁ ଏହି ବର୍ଷ ଏହାର ଏକ ବିଶେଷ ମହତ୍ତ୍ବ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବ ଥର ରମଜାନ ଉତ୍ସବ ପାଳନ କରୁଥିବା ବେଳେ କେହି ଭାବି ନଥିବେ ଯେ ଏଥର ରମଜାନ ସମୟରେ ଏତେ ଅସୁବିଧା ହେବ। ତେବେ ଏଥର ଆସନ୍ତୁ ଆମେ ପ୍ରାର୍ଥନା କରିବା ଯେ ଇଦ୍ ସୁଦ୍ଧା ବିଶ୍ବ କ‌ରୋନା ଭାଇରସ୍‌ରୁ ମୁକ୍ତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe