ମନ୍‌ କୀ ବାତ୍‌: ‘ସୌର ଶକ୍ତି’ ଉପରେ ଫୋକସ୍‌ କଲେ ମୋଦୀ

Advertisment
ମନ୍‌ କୀ ବାତ୍‌: ‘ସୌର ଶକ୍ତି’ ଉପରେ ଫୋକସ୍‌ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ମାସିକ ରେଡିଓ ପ୍ରସାରଣ ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଛଟ ପୂଜା ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ମୋଦୀଙ୍କ ୯୪ତମ ମନ୍‌କୀ ବାତ୍‌ରେ ମୁଖ୍ୟତଃ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ, ଟେକ୍‌ନୋଲୋଜି ଏବଂ ସ୍ପେସ୍‌ ସେକ୍ଟର କ୍ଷେତ୍ରରେ ବିପ୍ଳବ ଉପ‌ରେ ଫୋକସ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ ଉତ୍ସବ ଆମ ଜୀବନରେ ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେଇଥାଏ। ଏହି ଉତ୍ସବ ମଧ୍ୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଉଦାହରଣ। ଯେଉଁଠି ବିହାର ଏବଂ ପୂର୍ବାଞ୍ଚଳର ଲୋକ ଅଛନ୍ତି ସେଠାରେ ବିପୁଳ ଉତ୍ସାହର ସହ ଏହି ଉତ୍ସବ ପାଳନ ହେଉଛି। ସୌରଶକ୍ତି ଉପରେ ଗୁରୁତ୍ବାରୋପ କରି ମୋଦୀ କହିଛନ୍ତି, ସୌର ଶକ୍ତି କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅଛି ଏବଂ ଏହା ଆମ ଦେଶର ଗରିବ ଏବଂ ମଧ୍ୟବିତ୍ତଙ୍କ ଜୀବନକୁ ପରିବର୍ତ୍ତନ କରୁଛି। ଏକ ଉଦାହରଣ ଦେଇ ମୋଦୀ କହିଛନ୍ତି, ମୋଧେରା ସୌର ଗ୍ରାମରେ ଅଧିକାଂଶ ଘର ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରୁଛନ୍ତି। ଏହି ଗ୍ରାମର ଅଧିକାଂଶ ପରିବାରକୁ ମାସ ଶେଷରେ ଆଉ ବିଦ୍ୟୁତ ବିଲ୍‌ ଭରିବାକୁ ପଡ଼ୁନାହିଁ ।

ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ଚମତ୍କାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଯୁବଗୋଷ୍ଠୀ ପାଇଁ ମହାକାଶ ଗେବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ଉପଲବ୍ଧ ହେବାପରେ ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିବା ଆରମ୍ଭ କରିଛି। ଭାରତୀୟ ଶିଳ୍ପ ଏବଂ ଷ୍ଟାର୍ଟ ଅପ୍ ମଧ୍ୟ ମହାକାଶ କ୍ଷେତ୍ରରେ ନୂତନ ଉଦ୍ଭାବନରେ ଅନେକ ସଫଳତା ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe