Image Source: Hindustan Times ( Representational)
ଲକ୍ଷ୍ନୌ: ମରିଗଲା ମାନବିକତା | ୩ଟି କୁକୁରଙ୍କୁ ଜିଅନ୍ତା ପୋଡି ମାରିଦେଲେ କିଛି ଅଜ୍ଞାତ ବ୍ୟକ୍ତି | ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି | ସୋସିଆଲ ମିଡିଆରେ ଏହି ଘଟଣା ଜଣାପଡିବା ପରେ ପୁଲିସ ମଧ୍ୟ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। କୁହାଯାଉଛି ଯେ ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ତିନିଟି କୁକୁରଙ୍କୁ ଜିଅନ୍ତା ପୋଡି ମାରିଦେଇଛନ୍ତି |
ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଏକ ଏନଜିଓ ପକ୍ଷରୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଅଜ୍ଞାତ ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି |
ବେସରକାରୀ ସଂଗଠନ ଗୋ ସେବା ସଂସ୍ଥାର ପ୍ରତିଷ୍ଠାତା ବିଶାଲ ମିଶ୍ରଙ୍କ କହିବାନୁସାରେ, ସେ ସୋସିଆଲ ମିଡିଆରୁ ଜନେଶ୍ୱର ମିଶ୍ର ପାର୍କର ଗେଟ୍ ନମ୍ବର ୬ ସମ୍ମୁଖରେ ୩ଟି କୁକୁରଙ୍କୁ ପୋଡ଼ି ମାରିଦିଆଯିବା ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ଗୋମତି ନଗର ପୁଲିସ ଷ୍ଟେସନକୁ ଯାଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ | ଲକ୍ଷ୍ନୌର ପୁଲିସ ଯୁଗ୍ମ କମିଶନର କହିଛନ୍ତି ଯେ ପଶୁ କ୍ରୁରତା ଅଧିନିୟମ ଧାରା ୪୨୯ ଅନୁଯାୟୀ ମାମଲା ପଞ୍ଜିକରଣ କରାଯାଇଛି |
Follow Us