ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ମୁଙ୍ଗେରରେ ହିଂସାକାଣ୍ଡ ୧ ମୃତ; ଏକାଧିକ ଆହତ

Advertisment
ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ମୁଙ୍ଗେରରେ ହିଂସାକାଣ୍ଡ ୧ ମୃତ; ଏକାଧିକ ଆହତ

NewsNation

ମୁଙ୍ଗେର: ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସୃଷ୍ଟି ହୋଇଛି ହିଂସାକାଣ୍ଡ। ହିଂସାକାଣ୍ଡକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସଂଘର୍ଷରେ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ୧୮ ବର୍ଷ ବୟସ୍କ ଯୁବକ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ହିଂସାକାଣ୍ଡ ରାଜ୍ୟ ଆଇନଶୃଙ୍ଖଳା ସ୍ଥିତିକୁ ବିଗିଡାଇ ଦେଇଛି। ଅନ୍ୟପକ୍ଷରେ ହିଂସରକାରୀମାନେ ପୁଲିସ୍‌ ଉପରକୁ ଢ଼େଲାପଥର ମାଡ଼ କରିବାରୁ ପ୍ରାୟ ୨୦ରୁ ଅଧିକ ପୁଲିସ୍‌ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଚି।
ଏହି ଘଟଣା ସଂପର୍କରେ ସୂଚନା ଦେଇ ପୁଲିସ କହିିଛି ଯେ କିଛି ସମାଜ ବିରୋଧୀ ତତ୍ତ୍ୱ ପୁଲିସକୁ ଟାର୍ଗେଟ କରି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ଗଲାବେଳେ ଅସାମାଜିକ ତତ୍ୱମାନଙ୍କ ସହ ପୁଲିସର ସଂଘର୍ଷ ହୋଇଥିଲା। ଏପରିକି ପୁଲିସ୍‌ ଉପରକୁ ଗୁଳି ଚଳାଇବାକୁ ସୁଦ୍ଧା ସେମାନେ ପଛଘୁଞ୍ଚା ଦେଇ ନଥିଲେ।
ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ଅନୁରାଗ ପୋଦ୍ଦାର ବୋଲି ଚିହ୍ନଟ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏହି ଘଟଣାର ନିନ୍ଦା କରି ଦୁର୍ଭାଗ୍ୟଜନକ ବୋଲି କହିବା ସହ ନିର୍ବାଚନ ଆୟୋଗ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe