ପୁଅକୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା; ପୁଅର ଗୁଳି ଚୋଟରେ ଚାଲିଗଲା ବାପାର ଜୀବନ

ପୁଅକୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା; ପୁଅର ଗୁଳି ଚୋଟରେ ଚାଲିଗଲା ବାପାର ଜୀବନ

ମିରଟ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମିରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଅକୁ ଚାପୁଡ଼ା ମାରବା ଘଟଣା ବାପାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାପାଙ୍କ ଚାପୁଡ଼ା ମାଡ଼ରେ ଉତକ୍ଷିପ୍ତ ହୋଇ ପୁଅ ବାପା ଉପରକୁ ଗୁଳି ଚଳାଇବାରୁ ପୁଅର ଗୁଳି ଚୋଟରେ ଚାଲି ଯାଇଛି ବାପାଙ୍କ ଜୀବନ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମିରଟ ଅଞ୍ଚଳରେ ୬୦ ବର୍ଷ ବୟସ୍କ ଫିଜୁର ରହେମାନ ଏକ ଦର୍ଜୀ ଦୋକାନ ଦେଇଥିଲେ। ତେବେ, ରହେମାନଙ୍କ ଅନ୍ୟ ତିନିପୁଅ ତାଙ୍କ ଦୋକାନରେ କାମ କରିବା ସହ ଦୋକାନର ଦେଖାଶୁଣା କରୁଥିଲେ। ହେଲେ, ତାଙ୍କ ସବାସାନ ପୁଅ ସକିବ୍‌ ଦୋକାନକୁ ଯାଉ ନଥିଲା କି ଦୋକାନର କୌଣସି ପ୍ରକାର କାମ କରୁ ନଥିଲା। ଦୋକାନରେ ଯାଇ କାମ କରିବା ସହ ଦୋକାନର ଦେଖାଶୁଣା କରିବା ପାଇଁ ରହେମାନ ତାକୁ ଅନେକ ପ୍ରକାରେ ବୁଝାଉଥିଲେ ମଧ୍ୟ ଏହାର କୌଣସି ପ୍ରକାର ସକିବ୍‌ ଉପରେ ପଡ଼ୁ ନଥିଲା।

publive-image

ଏହି ଘଟଣାକୁ କେନ୍ଦ୍ରକରି ଗତ ରାତିରେ ରହେମାନ ଓ ସକିବ୍‌ଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏବଂ ରହେମାନ ରାଗିଯାଇ ପୁଅ ସକିବ୍‌ ଗାଲରେ ଚାପୁଡ଼ାଟିଏ ପକାଇଥିଲା। ହେଲେ, ବାପାଙ୍କ ଚାପୁଡ଼ା ମାଡ଼ରେ ଉତକ୍ଷିପ୍ତ ହୋଇ ସକିବ୍‌ ପାଖରେ ରଖିଥିବା ଏକ ରିଭଲଭର ବାହାର କରି ରହେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଅର ଗୁଳି ଚୋଟରେ ଘଟଣାସ୍ଥଳରେ ରହେମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପରେ ପରେ ସକିବ୍‌ ଘଟଣାସ୍ଥଳ ଛାଡ଼ି ଫେରାର ହୋଇ ଯାଇଥିଲା। ଏବେ ପିତୃହନ୍ତା ସକିବ୍‌କୁ ଗିରଫ କରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe