ଅଜାଣତରେ ଅଳିଆ ବ୍ୟାଗ୍‌ ଭାବି ୧୨ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଡଷ୍ଟବିନ୍‌ରେ ଫିଙ୍ଗିଲେ ଯୁବକ, ତା’ପରେ କ’ଣ ହେଲା ଜାଣନ୍ତୁ

Advertisment
ଅଜାଣତରେ ଅଳିଆ ବ୍ୟାଗ୍‌ ଭାବି ୧୨ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଡଷ୍ଟବିନ୍‌ରେ ଫିଙ୍ଗିଲେ ଯୁବକ, ତା’ପରେ କ’ଣ ହେଲା ଜାଣନ୍ତୁ

ବେଜିଂ: ଚୀନରେ ଜଣେ ବ୍ୟକ୍ତି ନିଜ ଅଜାଣତରେ ୧୨ଲକ୍ଷ ଟଙ୍କାର ବ୍ୟାଗ୍‌କୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ସେ ଟଙ୍କା ଜମା କରିବାକୁ ବ୍ୟାଙ୍କ ଯାଇଥିଲା, ସେତେବେଳେ ସେ ଜାଣିବାକୁ ପାଇଲେ କି ଡଷ୍ଟବିନ୍‌ରେ ଅଳିଆ ବ୍ୟାଗ ପରିବର୍ତ୍ତେ ଟଙ୍କା ବ୍ୟାଗକୁ ଫିଙ୍ଗି ଦେଇଛନ୍ତି ବୋଲି।

publive-image

ଏହି ଘଟଣାଟି ଚୀନର ଲିୟାଓନିଙ୍ଗରେ ଘଟିଛି। ବାଙ୍ଗ ନାମକ ଜଣେ ବ୍ୟକ୍ତି ଘରୁ ଦୁଇଟି ଥଳି ନେଇ ବାହାରିଥିଲେ। ଗୋଟିଏ ବ୍ୟାଗ୍‌ରେ ଘରର ଅଳିଆ ଥିଲା ବେଳେ ଅନ୍ୟଟିରେ ପାଖାପାଖି ୧୨ଲକ୍ଷ ଟଙ୍କା ଥିଲା।  ଭୁଲରେ ବାଙ୍ଗ ଅଳିଆ ବ୍ୟାଗ୍‌ଟିକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ବ୍ୟାଙ୍କରେ ଯେତେବେଳେ ଟଙ୍କା ଜମା କରିବା ପାଇଁ ପହଞ୍ଚିଥିଲେ ତାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା। କାରଣ ତାଙ୍କ ପାଖରେ ଯେଉଁ ବ୍ୟାଗଟି ଥିଲା ତାହା ଅଳିଆ ବ୍ୟାଗ । ସେ କ’ଣ କରିବେ କିଛି ବୁଝି ବିଚାରି ପାରି ନଥିଲେ। କିଛି ସମୟ ପରେ ମନକୁ ଦୃଢ଼ କରି ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ବାଙ୍ଗ ଯେଉଁଠାରେ ଅଳିଆ ଫିଙ୍ଗି ଥିଲେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିଥିଲା। କିନ୍ତୁ ଫୁଟେଜରୁ କିଛି ସ୍ପଷ୍ଟ ହୋଇ ପାରି ନଥିଲା। ଏହି ଘଟଣା ବାବଦରେ ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା। ଏହି ପଚରାଉଚରାରୁ ଜଣେ ମହିଳାଙ୍କ ସାମ୍ନାକୁ ଆସିଥିଲେ। ସେ ପୁଲିସକୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ହସ୍ତାନ୍ତର କରିଥିଲେ।

publive-image

ମହିଳା ପୁଲିସକୁ କହିଥିଲେ, ଯେଉଁଦିନ ଠାରୁ ତାଙ୍କୁ ଏହି ଟଙ୍କା ଭର୍ତ୍ତି ବ୍ୟାଗ ମିଳିଛି ସେ ଚିନ୍ତାରେ ଶୋଇ ପାରୁ ନହାନ୍ତି। ସେ ଜାଣି ପାରୁ ନଥିଲେ କି ଏତେ ଗୁଡ଼ିଏ ଟଙ୍କା କିପରି ଖର୍ଚ୍ଚ କରିବେ। ଯଦି ସେ ଏ ସମ୍ପର୍କରେ କାହାକୁ କିଛଇ କହୁଛନ୍ତି ତେବେ କିଏ କ’ଣ ଭାବି ବୋଲି ଭୟରେ ସେ କାହାକୁ କିଛି କହି ପାରୁ ନଥିଲେ।

ମହିଳାଙ୍କ ସ୍ୱଚ୍ଚୋଟତା ଦେଖି ଟଙ୍କା ହଜି ଥିବା ବ୍ୟକ୍ତି ମହିଳାଙ୍କୁ ୨୦,୦୦୦ଟଙ୍କାର ପୁରସ୍କାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe