ଲାଇଫ ଜ୍ୟାକେଟ ନମିଳିବାରୁ ମଝି ଆକା‌ଶରେ ଉଲଗ୍ନ ହୋଇଗଲେ ଯାତ୍ରୀ

Advertisment
ଲାଇଫ ଜ୍ୟାକେଟ ନମିଳିବାରୁ ମଝି ଆକା‌ଶରେ ଉଲଗ୍ନ ହୋଇଗଲେ ଯାତ୍ରୀ

ବେଙ୍ଗାଲୁରୁ: ବିମାନ ମଧ୍ୟରେ ଯାତ୍ରୀଙ୍କ ତୁମୁଳକାଣ୍ଡ। ମଝି ଆକାଶରେ ବିମାନ ମଧ୍ୟରେ ଉଲଗ୍ନ ହେଲେ ଯାତ୍ରୀ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଲାଇଫ ଜ୍ୟାକେଟ ନମିଳିବାରୁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରି ଯାତ୍ରୀଜଣକ ଏଭଳି କରିଥିବା ଜଣାପଡ଼ିଛି।

publive-image ndtv

ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଯାତ୍ରୀଙ୍କ ମୁତାବକ, ବିମାନ ଉଡ଼ାଣ କରିବା ପରେ ପ୍ରଥମେ ଯାତ୍ରୀଜଣକ ଲାଇଫ ଜ୍ୟାକେଟ ପାଇଁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ସେମାନଙ୍କ ସହ ଦୁର୍ବ୍ୟବହାର କରି ନିଜର ପୋଷାକ କାଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ କ୍ରୁ ସଦସ୍ୟ ଅଟକାଇଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ। ଯାତ୍ରୀଙ୍କ ଏଭଳି ବ୍ୟବହାର ଦେଖି କ୍ରୁ ସଦସ୍ୟ ପାଇଲଟଙ୍କୁ ଏବିଷୟରେ ସୂଚନା ଦେଇଥିଲେ। ଏହା ପରେ ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମାଗିବା ପରେ ଦିଲ୍ଲୀ ବିମାନବନ୍ଦରରେ ବିମାନଟି ଅବତରଣ କରିଥିଲା। ଅବତରଣ ପରେ ଯାତ୍ରୀଙ୍କୁ ବିମାନ ସୁରକ୍ଷା ସିଆଇଏସଏଫ ସହାୟତାରେ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe