ଅସଲ ମୁଖା ଖୋଲିଲା ସିସିଟିଭି: ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଖସି ପଳାଇଥିବା ବ୍ୟକ୍ତି ଥିଲେ ସଚିନ ଭାଜେ

Advertisment
ଅସଲ ମୁଖା ଖୋଲିଲା ସିସିଟିଭି: ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଖସି ପଳାଇଥିବା ବ୍ୟକ୍ତି ଥିଲେ ସଚିନ ଭାଜେ

ମୁମ୍ବାଇ: ପେବ୍ରୁଆରି ୨୫ରେ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା। ଏହା ପଛରେ କାହାର ହାତ ଅଛି, ସେ ନେଇ ମୁମ୍ବାଇ ପୁଲିସ ତଦନ୍ତ କରିଥିବା ବେଳେ ସିସିଟିଭିରେ ପିପିଇ କିଟ ପିନ୍ଧିଥିବା ଜଣେ ବ୍ୟକ୍ତି ଅମ୍ବାନୀଙ୍କ ଘର ଆଗରେ ଗାଡ଼ି ରଖି ଫେରାର ହୋଇଯାଉଥିବା ଦେଖାଯାଇଥିଲା। ଏବେ ସିସିଟିଭିରେ ଫୁଟେଜରେ ନଜର ଆସିଥିବା ସେହି ବ୍ୟକ୍ତିଜଣକ ସଚିତ ଭାଜେ ବୋଲି କହିଛି ତଦନ୍ତ କରୁଥିବା ଏନଆଇଏ।

ସିସିଟିଭି ଫୁଟେଜରେ କେହି ତାଙ୍କୁ ଚିହ୍ନି ପାରିବେ ନାହିଁ ବୋଲି ସଚିନ୍ ଭାଜେ ନିଜ ମୁଣ୍ଡକୁ ଏକ ବଡ଼ ରୁମାଲରେ ଆଚ୍ଛାଦିତ କରିଥିଲେ। ସେ ନିଜ ଚେହେରାରେ ମାସ୍କ ଲଗାଇବା ସହ କଥା କହିବାର ଶୈଳୀ ବଦଳାଇଥିଲେ। ପ୍ରଥମେ ସେ ପିପିଏ କିଟ୍ ପିନ୍ଧିଥିବା କୁହାଯାଇଥିଲା। କିନ୍ତୁ ତାହା ପିପିଏ କିଟ୍ ନୁହେଁ, ବଡ଼ କୁର୍ତ୍ତା-ପାଇଜାମା ଥିଲା ବୋଲି କହିଛି ଏନଆଇଏ।

ଏନଆଇଏ ଆହୁରି ମଧ୍ୟ କହିଛି ଯେ, ଗତକାଲି ସଚିନ୍ ଭାଜେଙ୍କ କ୍ୟାବିନରୁ ଏକ ଲାପଟପ୍ ଜବତ କରାଯାଇଥିଲା କିନ୍ତୁ ସେଥିରେ ଥିବା ସମସ୍ତ ତଥ୍ୟ ଡିଲିଟ୍ କରିଦିଆଯାଇଥିବା ଜଣାପଡ଼ିଛି। ସଚିନ୍ ଭାଜେଙ୍କୁ ତାଙ୍କ ମୋବାଇଲ୍ ଫୋନ୍ ବିଷୟରେ ପଚରାଯାଇଥିବା ବେଳେ ସେ କହିଥିଲେ ଯେ, ସେ ଭୁଲରେ କେଉଁଠି ଫୋନ ଛାଡ଼ି ଆସିଛନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଯେ, ସେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଫିଙ୍ଗି ଦେଇଛନ୍ତି।

ତେବେ ଗିରଫ ପରେ ସଚିନଙ୍କ ବିରୋଧରେ ଗୋଟେ ପରେ ଗୋଟେ ପ୍ରମାଣ ମିଳୁଥିବା ବେଳେ ଏବେ ଏହି ଘଟଣା କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe