Image Courtesy of NDTV
ନିୟୁ ତେହରି: ଉତ୍ତରାଖଣ୍ଡର ତେହରି ଜିଲ୍ଲାର କୁଣ୍ଡି ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲକୁ ଶିକାର ଅଭିଯାନରେ ଯାଇଥିବା ଜଣେ ଯୁବକ ଆକସ୍ମିକ ଭାବେ ଗୁଳିଚୋଟରେ ମରିଯିବାରୁ ତାଙ୍କର ତିନିଜଣ ବନ୍ଧୁ ବିଷ ଖାଇ ଆତ୍ମହତ୍ୟା କରିଥିବା କଥା ରବିବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।
‘ଏସ୍ଡିଏମ୍’ ପିଆର୍ ଚୌହାନ୍ କହିଛନ୍ତି, ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟି ଜଣଙ୍କର ମୃତ୍ୟୁ ଘଟିବାରୁ ଆପଣାକୁ ଦୋଷୀ ମନେକରି ଅନ୍ୟ ତିନିଜଣ ଆତ୍ମହତ୍ୟା କରିଥିବା ପରି ମନେହେଉଛି।
ତାଙ୍କ ସହ ଜଙ୍ଗଲକୁ ଯାଇଥିବା ଅନ୍ୟ ତିନି ବନ୍ଧୁ ଆସି ଏ ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
Image Courtesy of Times Nowଚୌହାନ୍ଙ୍କ କହିବା ଅନୁସାରେ, ଭିଲାଗନା ବ୍ଲକ୍ର ଏକ ଗାଁରୁ ଶନିବାର ରାତିରେ ସାତଜଣ ବନ୍ଧୁ ଶିକାରକୁ ବାହାରିଥିଲେ। ଗୁଳିଭରା ବନ୍ଧୁକ ଧରି ସେମାନଙ୍କର ଆଗେ ଆଗେ ଚାଲିଥିଲେ ୨୨ ବର୍ଷିୟ ରାଜୀବ। ଗୋଡ଼ ଖସିଯିବାରୁ ରାଜୀବ ପଡ଼ିଗଲେ। ତାଙ୍କ କାନ୍ଧରେ ଥିବା ବନ୍ଧୁକର ଟ୍ରିଗର୍ ଦାବି ହୋଇ ଯିବାରୁ ଗୁଳିଟିଏ ବାହାରି ଯାଇ ତାଙ୍କର ଅନ୍ୟତମ ବନ୍ଧୁ ସନ୍ତୋଷଙ୍କ ଦେହରେ ବାଜିଲା।
ରକ୍ତସ୍ରାବ ଯୋଗୁଁ ସନ୍ତୋଷ ମରିଯିବା ପରେ ସେମାନଙ୍କର ବନ୍ଧୁମାନେ ଭୟଭୀତ ହୋଇଯାଇଥିଲେ।
ଘଟଣାସ୍ଥଳରୁ ରାଜୀବ ବନ୍ଧୁକ ନେଇ ଧାଇଁ ପଳାଇ ଗଲେ, କିନ୍ତୁ ଏହି ଘଟଣାରେ ଖୁବ୍ ଆପଣାକୁ ଲଜ୍ଜିତ ଓ ଦୋଷୀ ମନେକରି ସୋବନ, ପଙ୍କଜ ଏବଂ ଅର୍ଜୁନ କୀଟନାଶକ ଖାଇ ପକାଇଲେ।
ପରେ ସେମାନଙ୍କର ବନ୍ଧୁ ରାହୁଲ ଓ ସୁମିତ ଗାଁକୁ ଫେରି ଘଟଣା ସଂକ୍ରାନ୍ତରେ ଲୋକମାନଙ୍କୁ କହିଥିଲେ।
ଗ୍ରାମବାସୀମାନେ ବିଷ ଖାଇଥିବା ତିନିଜଣଙ୍କୁ ବେଲେଶ୍ୱର କମ୍ୟୁନିଟି ହେଲ୍ଥ୍ ସେଣ୍ଟର୍କୁ ନେଇଥିଲେ। ସେଠାରେ ପଙ୍କଜ ଏବଂ ଅର୍ଜୁନ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ପରେ ଚିକିତ୍ସାଧୀନ ଥିବା ସୋବନଙ୍କର ମଧ୍ୟ ମୃତ୍ୟୁ ଘଟିଲା। ତିନି ବନ୍ଧୁଙ୍କର ବୟସ ୧୮ରୁ ୨୨ ମଧ୍ୟରେ ହେବ।
ତେହରି ଜିଲ୍ଲା ମାଜିଷ୍ଟ୍ରେଟ୍ ଇଭା ଆଶିଷ ଶ୍ରୀବାସ୍ତବ କହିଛନ୍ତି, ମୃତ ଯୁବକମାନଙ୍କର ଶବ ବ୍ୟବଚ୍ଛେଦ କରାଯିବା ସହ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି।
Follow Us