ଫ୍ଲିପ୍‌କାର୍ଟରେ ମଗାଇଥିଲେ ୫୫ ହଜାର ଟଙ୍କିଆ ଆଇଫୋନ୍‌ ୮, ପାଇଲେ ଡିଟର୍‌ଜେଣ୍ଟ୍‌ ସାବୁନ

Advertisment
ଭାରତରେ ୭୫୦୦ କୋଟି ଟଙ୍କା ନିବେଶ କରିବ ଆଇଫୋନ!

ମୁମ୍ବାଇ: ମୁମ୍ବାଇର ଜଣେ ଇଞ୍ଜିନିୟର୍‌ ଫ୍ଲିପ୍‌କାର୍ଟରେ ଅର୍ଡର୍‌ ଦେଇଥିଲେ ଆଇଫୋନ୍‌ ୮, କିନ୍ତୁ ପାଇଲେ ଖଣ୍ଡେ ଡିଟର୍‌ଜେଣ୍ଟ୍‌ ସାବୁନ।

୨୬ ବର୍ଷିୟ ତବରେଜ୍‌ ମେହବୁବ୍‌ ନାଗ୍ରାଲି ଜଣାଇଛନ୍ତି ଯେ ସେ ଫ୍ଲିପ୍‌କାର୍ଟରେ ଆଇଫୋନ୍‌ ୮ ପାଇଁ ପୂରା ମୂଲ୍ୟ ୫୫,୦୦୦ ଟଙ୍କା ଦେଇଥିଲେ।

ନାଗରଲି କହନ୍ତି, ଜାନୁଆରି ୨୨ ତାରିଖ ଦିନ ପ୍ୟାକେଟ୍‌ଟି ତାଙ୍କ ଘର ନଓ୍ଵି ମୁମ୍ବାଇର ନିକଟସ୍ଥ ପାନ୍‌େଓ୍ଵଲ୍‌ରେ ଡେଲିଭରି ଦିଆଯାଇଥିଲା।ବଡ଼ ଆଗ୍ରହର ସହ ପ୍ୟାକେଟ୍‌ ଖୋଲିବା ପରେ ସେଥିରୁ ଖଣ୍ଡେ ଡିଟର୍‌ଜେଣ୍ଟ୍‌ ସାବୁନ ବାହାରିବା ଦେଖି କାବା ହୋଇ ଯାଇଥିଲେ।

କେନ୍ଦ୍ରୀୟ ମୁମ୍ବାଇର ବାଇକୁଲ୍ଲା ଥାନାରେ ପହଞ୍ଚି ସେ ଅଭିଯୋଗ କରିବା ପରେ ଫ୍ଲିପ୍‌କାର୍ଟ ବିରୋଧରେ ଠକାମି ମାମଲା ରୁଜୁ କରାଯାଇଛି।

ଏ ପ୍ରସଙ୍ଗରେ ବରିଷ୍ଠ ପୁଲିସ ଅଧିକାରୀ ଅବିନାଶ ସିଂହ କହନ୍ତି: ଗତକାଲି ନାଗରଲି ଅଭିଯୋଗ ନେଇ ଆସିଥିଲେ। ଫ୍ଲିପ୍‌କାର୍ଟ ବିରୋଧରେ ଏକ ଠକାମି ମାମଲା ରୁଜୁ କରାଯାଇଛି।

ଏ ଭଳି ଠକାମି ସଂକ୍ରାନ୍ତରେ ପଚାରା ଯିବାରୁ ଫ୍ଲିପ୍‌କାର୍ଟ ତରଫରୁ ଜଣେ ମୁଖପାତ୍ର କହିଛନ୍ତି କି, ଘଟଣା ସେମାନଙ୍କ ଦୃଷ୍ଟିକୁ ଆସିଛି ଯଥାଶୀଘ୍ର ସମ୍ଭବ ତାହାର ସମାଧାନ କରାଯିବ। ଆମେ ଗ୍ରାହକମାନଙ୍କ ଦୃଷ୍ଟିରେ ଆଦୌ ଅବିଶ୍ୱସ୍ତ ହେବାକୁ ଚାହୁଁ ନାହୁଁ। ଘଟଣାର ପ୍ରକୃତ ରହସ୍ୟ କ’ଣ ତା’ର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe