ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହେଲେ କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ରୋଗୀ !

ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହେଲେ କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଥିବା ରୋଗୀ !

aajtak.intoday.in

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଉହାନ ସହରରେ ରହୁଥିବା ଜଣେ ଯୁବକଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ପ୍ରକାରର ଔଷଧ ନଖାଇ କେବଳ ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଦାବୀ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କରୋନା ଭାଇରସ୍ ସଂକ୍ରମଣର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କୌଣସି ଔଷଧ ନ ଖାଇ ସେ ନିଜର ଚିକିତ୍ସା କରିଥିଲେ।

ଦ ସନର ରିପୋର୍ଟ ମୁତାବକ, କୋ‌ନୋର ରିଡ୍ ନାମକ ୨୫ବର୍ଷୀୟ ଯୁବକ କରୋନା ଭାଇରସର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରା ଯାଇଥିଲା। ହେଲେ ସେ କୌଣସି ଔଷଧ ନ ଖାଇ ହ୍ବିସ୍କି ସହ ମହୁ ମିଶାଇ ପିଇଥିଲେ। ଯାହାର କିଛି ଦିନ ପରେ ସେ କରୋନା ଭାଇରସର ସଂକ୍ରମଣରୁ ମୁକ୍ତ ହୋଇଥିଲେ। ତେବେ ତାଙ୍କର ଏଭଳି ଦାବିକୁ ଏପର୍ଯ୍ୟନ୍ତ କୌଣସି ଡାକ୍ତର ଗ୍ରହଣ କରି ନାହାନ୍ତି।

शख्स का दावा: व्हिस्की-शहद पीकर ठीक हुआ कोरोना वायरस, हॉस्पिटल से छुट्टी aajtak.intoday.in

ପେସାରେ ଶିକ୍ଷକ ଥିବା କୋ‌ନୋରଙ୍କର କିଛି ଦିନ ତଳେ ଉହାନରେ ପୋଷ୍ଟିଂ ହୋଇଥିଲା। ଯାହା ପରେ ସେ ‌ଏହି ଭାଇରସର ଶିକାର ହୋଇଥିଲେ। ୨ମାସ ତଳେ ସେ ଏହି ଭାଇରସର ଶିକାର ହେବା ପରେ ଡାକ୍ତର ତାଙ୍କୁ ଆଣ୍ଟିବାୟୋଟିକ୍ସ ନେବାକୁ କହିଥିଲେ। କିନ୍ତୁ ସେ ଇନହେଲର ବ୍ୟବହାର କରିବା ସହ ହ୍ବିସ୍କି ସହ ମହୁ ମିଶାଇ ପିଇଥିଲେ। ଯାହାର କିଛି ଦିନ ପରେ ସେ ସଂପୂୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ବୋଲି କହିଛନ୍ତି। ଦେଶରେ ଏବେ କରୋନା ଭାଇରସର ମୁକାବିଲା ପାଇଁ ଡାକ୍ତର ଚେଷ୍ଟା କରୁଥିବା ବେଳେ କୋ‌ନୋରଙ୍କର ଏଭଳି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe