ଜୁମ୍ କଲ୍ ମାଧ୍ୟମରେ ସିଙ୍ଗାପୁରରେ ନିଶା ଔଷଧ ବ୍ୟବସାୟୀଙ୍କୁ ମୃତ୍ୟୁଦଣ୍ଡାଦେଶ

Advertisment
ଜୁମ୍ କଲ୍ ମାଧ୍ୟମରେ ସିଙ୍ଗାପୁରରେ ନିଶା ଔଷଧ ବ୍ୟବସାୟୀଙ୍କୁ ମୃତ୍ୟୁଦଣ୍ଡାଦେଶ

Image Source: Hindustan Times

ସିଙ୍ଗାପୁର: ଜୁମ୍ ଭିଡିଓ-କଲ୍ ମାଧ୍ୟରେ ସିଙ୍ଗାପୁରରେ ଜଣେ ବ୍ୟକ୍ତିଙ୍କୁ ଗତ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଦିନ ଏହା ହେଉଛି ସିଙ୍ଗାପୁର‌ରେ ଭଡିଓ-କଲ୍ ଜରିଆରେ ଦିଆଯାଇଥିବା ପ୍ରଥମ ମୃତ୍ୟୁ ଦଣ୍ଡାଦେଶ।

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ୩୭ ବର୍ଷିୟ ମାଲେସୀୟ ବ୍ୟକ୍ତି ପୁନିତାନ ଜେନାସନ୍। ୨୦୧୧ରେ ହେରୋଇନ୍ କାରବାରରେ ସମ୍ପୃକ୍ତି ନିମନ୍ତେ ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଜୁମ୍ ଭିଡିଓ-କଲ୍ ଜରିଆରେ ତାଙ୍କର ମାମଲା ଶୁଣାଣି କରାଯାଇଥିଲା।

publive-image Image Source: Gulf News

ସିଙ୍ଗାପୁର ସୁପ୍ରିମ୍ କୋର୍ଟର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି‌, ଏହି ବିଚାରରେ ସମ୍ପୃକ୍ତ ସମସ୍ତଙ୍କ ସୁରକ୍ଷା ନିମନ୍ତେ ପବ୍ଲିକ୍ ପ୍ରୋଜେକ୍ୟୁଟର୍ ଓ ପୁନିତାନ ଗେନସନ୍‌ଙ୍କ ଶୁଣାଣି ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଦୂର-ଶୁଣାଣି ଜରିଆରେ ଏହା ହେଉଛି ସଙ୍ଗାପୁରରେ ପ୍ରଥମ ମୃତ୍ୟୁ ଦଣ୍ଡାଦେଶ।

ଗେନସାନ୍‌ଙ୍କ ଓକିଲ ପିଟର୍ ଫର୍ଣ୍ଣାଣ୍ଡୋ କହିଛନ୍ତି ଯେ ତାଙ୍କ ମହକିଲ ଜୁମ୍ କଲ୍‌ ଜରିଆରେ ବିଚାରପତିଙ୍କ ରାୟ ଶୁଣିବା ପରେ ଅପିଲ୍ କରିବାକୁ ଚିନ୍ତା କରୁଛନ୍ତି।

ଏ ସଂକ୍ରାନ୍ତରେ ଏସିଆ ଡିଭିଜନ୍‌ ମାନବିକ ଅଧିକାର ୱାଚ୍‌ର ଉପ‌ନିର୍ଦେଶକ ଫିଲ୍ ରବର୍ଟସନ୍ କହିଛନ୍ତି, ସିଙ୍ଗାପୁର ମୃତ୍ୟୁଦଣ୍ଡ ନିଷ୍ଠୁରି ଏବଂ ଅମାନବୀୟ। ଏହାଛଡ଼ା ଜୁମ୍ କଲ୍ ଜରିଆରେ ମୃତ୍ୟୁଦଣ୍ଡ ଦେବା ଆହୁରି ମନ୍ଦ କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe