ଅଫିସରେ ଚେୟାରକୁ ନେଇ ଝଗଡ଼ା ହେବାରୁ ସହକର୍ମୀଙ୍କୁ ଗୁଳି ମାରିଲେ ଯୁବକ

ଅଫିସରେ ଚେୟାରକୁ ନେଇ ଝଗଡ଼ା ହେବାରୁ ସହକର୍ମୀଙ୍କୁ ଗୁଳି ମାରିଲେ ଯୁବକ

ନୂଆଦିଲ୍ଲୀ: ଅଫିସରେ ଚେୟାରକୁ ନେଇ ଝଗଡ଼ା ହେବାରୁ ସହକର୍ମୀଙ୍କୁ ଗୁଳି ମାରିଲେ ଯୁବକ। ଗୁରୁଗ୍ରାମରେ ଥିବା ଫାଇନାନ୍ସ କମ୍ପାନିରେ ଘଟିଛି ଏଭଳି ଘଟଣା। ଗୁଳିମାଡ଼ ପରେ ପୀଡ଼ିତ ଗୁରୁତର ଥିବା ସହ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।

ଏହି ଅପରାଧ ପାଇଁ ହରିୟାଣାର ହିସାର ନିବାସୀ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ଘଟଣା ଗୁରୁଗ୍ରାମର ରମାଡା ହୋଟେଲ ନିକଟରେ ଥିବା ଅଫିସ୍ ପରିସରରେ ଘଟିଥିବା ଜଣାପଡ଼ିଛି। ପୀଡିତଜଣକ ହେଲେ ଗୁରୁଗ୍ରାମର ସେକ୍ଟର ୯ରେ ଥିବା ଫିରୋଜ ଗାନ୍ଧୀ କଲୋନୀର ବାସିନ୍ଦା ୨୩ବର୍ଷୀୟ ବିଶାଲ।

ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ପୁଲିସକୁ ନିଜ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମଙ୍ଗଳବାର ଦିନ ଅଫିସରେ ଏକ ଚେୟାରକୁ ନେଇ ତାଙ୍କ ସହକର୍ମୀ ଅମନ ଜଙ୍ଗରାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରଦିନ ସମାନ ପ୍ରସଙ୍ଗକୁ ନେଇ ଆଉ ଥରେ ଯୁକ୍ତିତର୍କ ହେବାରୁ ସେ ଅଫିସରୁ ବାହାରକୁ ଚାଲି ଯାଇଥିଲେ। ବାହାରେ ଚାଲୁଥିବା ବେଳେ ଅମନ ହଠାତ ତାଙ୍କ ପାଖକୁ ଆସି ତାଙ୍କୁ ଗୁଳି ମାରିଥି‌ଲେ। ଏହା ପରେ ଧରାପଡ଼ିଯିବା ଡରରେ ସେ ସେଠାରୁ ଫେରାର ହୋଇଯାଇଥିଲେ।

କୁହାଯାଉଛି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶାଲଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ବିଶାଲଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯିବା ପରେ ପୀଡିତଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ଆଇପିସି ଧାରା ୩୦୭(ହତ୍ୟା ଉଦ୍ୟମ) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫-୫୪-୫୯ ଅନୁଯାୟୀ ମାମଲା ରୁଜୁ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe