ଅଟଳ ସେତୁ ଉପରେ କାର୍ ରଖି ତଳକୁ ‌ଡେଇଁପଡ଼ିଲେ ଯୁବକ

ଅଟଳ ସେତୁ ଉପରେ କାର୍ ରଖି ତଳକୁ ‌ଡେଇଁପଡ଼ିଲେ ଯୁବକ । ସୋମବାର ସକାଳ ୧୦ଟା ସମୟରେ ଏହି ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

rtyu

ମୁମ୍ବାଇ: ଅଟଳ ସେତୁ ଉପରେ କାର୍ ରଖି ତଳକୁ ‌ଡେଇଁପଡ଼ିଲେ ଯୁବକ । ସୋମବାର ସକାଳ ୧୦ଟା ସମୟରେ ଏହି ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଏପର୍ଯ୍ୟନ୍ତ ମୃତକଙ୍କ ମୃତଦେହ ମଧ୍ୟ ମିଳିପାରିନଥିବା କହିଛି ପୁଲିସ।

କେମିତି ଘଟଣାଟି ଘଟିଥିଲା ତାହା ଜାଣିବା ପାଇଁ ପୁଲିସ ସିସିଟିଭି ଭିଡିଓ ଯାଞ୍ଚ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୁଲିସର କହିବା ମୁତାବକ, ଯୁବକଜଣକ ନିଜର ଲାଲ ରଙ୍ଗର ମାରୁତି ବ୍ରିଜା ନେଇ ଅଟଳ ସେତୁକୁ ଆସିବା ପରେ କାର ଅଟକାଇଥିଲେ। ଏହା ପରେ ତୁରନ୍ତ ଗାଡ଼ିରୁ ବାହାରି ସେତୁ ତଳକୁ ଡେଇଁ ପଡ଼ିଥିଲେ।

ତେବେ ଅଟଳ ସେତୁର ଶୁଭାରମ୍ଭ ହେବା ପରଠାରୁ ଅନେକ ଲୋକ ଏଠାରେ ଜୀବନ ହାରିଥିବାର ଖବର ମିଳିଛି। ଅଗଷ୍ଟରେ ୫୬ବର୍ଷୀୟା ମହିଳା ରୀମା ମୁକେଶ ପଟେଲ ଅଟଳ ସେତୁରୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ। ରୀମା ଏକ କ୍ୟାବ ବୁକ୍ କରି ଅଟଳ ସେତୁ ମଝିରେ ପହଞ୍ଚିବା ପରେ ଡ୍ରାଇଭରକୁ କାର ରୋକିବାକୁ କହିଥିଲେ। କାର୍ ଅଟକିବା ପରେ ରୀମା କାରରୁ ଓହ୍ଲାଇ ବ୍ରିଜର ରେଲିଂ ଉପରକୁ ଚଢ଼ିଯାଇଥିଲା। ଏହା ପ‌ରେ ସେ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କ୍ୟାବ ଚାଳକ ତାଙ୍କୁ ଧରି ପକାଇଥିଲେ। ଅନ୍ୟପକ୍ଷରେ ଅଟଳ ସେତୁରେ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିବାରୁ କଣ୍ଟ୍ରୋଲ ରୁମ ପାଖରେ ଏହି ଖବର ପହଞ୍ଚିଥିଲା। ତୁରନ୍ତ ୪ଜଣ ପୁଲିସକର୍ମୀ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପ‌ରେ କ୍ୟାବଚାଳକ ମହିଳାଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିଥିଲେ।  ଏହା ଦେଖି ୪ଜଣ ପୁଲିସକର୍ମୀ ନିଜ ଜୀବନକୁ ବିପଦରେ ପକାଇ ମହିଳାଙ୍କୁ ଉପରକୁ ଟାଣି ଆଣିଥିଲେ।

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/samajwadi-leader-mehboob-ali-statement-on-muslim-population-and-attacks-on-bjp-7161155

ଏ ଖବର ପଢ଼ନ୍ତୁ- https://sambad.in/entertainment/kangana-ranaut-purchased-luxury-car-after-sold-her-bungalow-7155059

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe