ନିଜକୁ ଜୀବିତ ବୋଲି ପ୍ରମାଣ କରିବା ପାଇଁ ୧୫ବର୍ଷ ଧରି ସଂଘର୍ଷ କରିବା ପରେ ବି ଅସଫଳ ରହିଛନ୍ତି ଏହି ବ୍ୟକ୍ତି

ନିଜକୁ ଜୀବିତ ବୋଲି ପ୍ରମାଣ କରିବା ପାଇଁ ୧୫ବର୍ଷ ଧରି ସଂଘର୍ଷ କରିବା ପରେ ବି ଅସଫଳ ରହିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ନିକଟରେ ଓଟିଟି ପ୍ଲାଟଫର୍ମରେ ଏକ ଚଳଚ୍ଚିତ୍ର ଆସିଛି ଯାହାର ନାମ ରହିଛି 'କାଗଜ' । ଏହି ପୁରା ଚଳଚ୍ଚିତ୍ରଟିରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତିଙ୍କୁ କିପରି କାଗଜରେ ନିଜକୁ ଜୀବିତ ବୋଲି ପ୍ରମାଣ କରିବାକୁ ସଂଘର୍ଷ କରିବାକୁ ପଡୁଛି । କିନ୍ତୁ ନିକଟରେ ଏମିତି ଏକ ବାସ୍ତବ ଘଟଣା ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ନିବାସୀ ଭୋଲା ସିଂ ସିଟି ବ୍ଲକରେ ବସବାସ କରନ୍ତି। ସେ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ବୋଲି ପ୍ରମାଣ କରିବା ପାଇଁ ଅଧିକାରୀମାନଙ୍କ ପାଖକୁ ଦୌଡ଼ିଦୌଡ଼ି ଥକି ପଡ଼ିଲେଣି। କିନ୍ତୁ ତାଙ୍କ ଦୁଃଖ କଷ୍ଟ କଥା କେହି ହେଲେ ଶୁଣୁ ନାହାନ୍ତି। ଶେଷରେ କିଛି ଉପାୟ ନପାଇ ସେ ଏକ ପୋଷ୍ଟର ଧରି ରାସ୍ତାରେ ବସିଛନ୍ତି। ଯେଉଁଥିରେ ଲେଖା ହୋଇଛି, "ମହାଶୟ, ମୁଁ ଜୀବିତ ଅଛି, ମଣିଷ ଭୂତ ନୁହେଁ।" '

publive-image

ଭୋଲାଙ୍କୁ ଏହି ଘଟଣା ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ, ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଦୁଇ ଭାଇଙ୍କ ମଧ୍ୟରେ ଜମି ଭାଗବଣ୍ଟା ହୋଇଥିଲା । କିନ୍ତୁ ଭାଇ ଅଧିକାରୀମାନଙ୍କୁ ଟଙ୍କା ଦେଇ ସମ୍ପତ୍ତି କାଗଜପତ୍ରରୁ ତାଙ୍କ ନାମ ହଟାଇ ଦେଇଥିଲା। ଏହା ଜାଣିବା ପରେ ସେ ଗତ ୧୫ବର୍ଷ ଧରି କାଗଜରେ ନିଜକୁ ଜୀବିତ ବୋଲି ପ୍ରମାଣ କରିବା ପାଇଁ ଅଧିକାରୀମାନଙ୍କ ପାଖକୁ ଧାଉଁଛନ୍ତି। କିନ୍ତୁ ଏଯାବତ କିଛି ସମାଧାନ ହୋଇପାରି ନାହିଁ।

ମିର୍ଜାପୁରର ଏସଡିଏସ ସଦର ଗୌରବ ଶ୍ରୀ ବାସ୍ତବ କହିଛନ୍ତି, "ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଚାଲିଛି । ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଯିଏବ ବି ଦୋଷୀସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe