ସାନିଟାଇଜର ଯୋଗୁଁ ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment
ଢେଙ୍କାନାଳ ସହରରେ ଟ୍ରକ୍ ଧକ୍କାରେ ବୃଦ୍ଧା ମୃତ

deccanherald.com

ନାସିକ: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ପାର କରିିଥିବା ବେଳେ ଆଜି ସବୁ ରେକର୍ଡ ଭଙ୍ଗିଛି କରୋନା। ୨୪ଘଣ୍ଟାରେ ପ୍ରଥମ କରି ଆକ୍ରାନ୍ତଙ୍କ ସଂଖ୍ୟା ୮୦,୦୦୦ ଟପିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ଭଳି ୧,୦୦୦ ପାର କରିଛି। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରୁଛନ୍ତି। ସରକାର ଲୋକମାନଙ୍କୁ ବାରମ୍ବାର ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। କିଛିଦିନ ତଳେ ମଦ ନମିଳିବାରୁ ସାନିଟାଇଜର ପିଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସାନିଟାଇଜର ବୋତଲରେ ନିଆଁ ଲାଗି ଯିବା ହେତୁ ଜଣଙ୍କ ପ୍ରାଣବାୟୁ ଉଡି ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ନାସିକରେ ୫୬ବର୍ଷ ବୟସ୍କ ଅନିଲ ସୁଚକ ବସବାସ କରନ୍ତି। ଅନିଲ ବୋତଲରେ ସାନିଟାଇଜର ଭର୍ତ୍ତି କରୁଥିବା ବେଳେ ଗ୍ୟାସ୍‌ ଷ୍ଟୋଭ ସଂସ୍ପର୍ଶରେ ଚାଲି ଆସିଥିଲେ। ହଠାତ ସାନିଟାଇଜରରେ ନିଆଁ ଧରି ନେବାରୁ ଅନିଲ  ନିଆଁରେ ପୋଡ଼ି ହୋଇ ଯାଇଥିଲେ। ଏହି କାରଣରୁ ତାଙ୍କ ଶରୀରର ୬୮ପ୍ରତିଶତ ଜଳି ଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe