ବାଗଦାଦ୍‌ରେ ଆତ୍ମଘାତୀ ବିସ୍ଫୋରଣ:୩୮ ମୃତ, ୧୦୫ ଆହତ

Advertisment
ବାଗଦାଦ୍‌ରେ ଆତ୍ମଘାତୀ ବିସ୍ଫୋରଣ:୩୮ ମୃତ, ୧୦୫ ଆହତ

ବାଗଦାଦ୍‌ : କେନ୍ଦ୍ରୀୟ ବାଗଦାଦ୍‌ରେ ଆଜି ସବୁଠୁ ବ୍ୟସ୍ତବହୁଳ ତରୟାନ୍‌ ଛକରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩୮ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୧୦୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଉକ୍ତ ଜନଗହଳିପୂର୍ଣ୍ଣ ଛକରେ ଦିନମଜୁରିଆମାନଙ୍କର ଭିଡ଼ ଜମିଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା ବୋଲି ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିବା ପରେ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରି ରହିଛନ୍ତି। ସେହି ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆଜିର ବିସ୍ଫୋରଣ ସାରା ବାଗଦାଦବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe