ମେକ୍ସିକୋରେ ଭୋଟ୍‌ ବେଳେ ବୁଥ୍ ଭିତରକୁ କଟାମୁଣ୍ଡ ପକାଇ ଧାଇଁ ପଳାଇଲା ଦୁର୍ବୃତ୍ତ

Advertisment
ମେକ୍ସିକୋରେ ଭୋଟ୍‌ ବେଳେ ବୁଥ୍ ଭିତରକୁ କଟାମୁଣ୍ଡ ପକାଇ ଧାଇଁ ପଳାଇଲା ଦୁର୍ବୃତ୍ତ

Image Courtesy of US News

ମେକ୍ସିକୋ ସିଟି: ରବିବାର ଦିନ ମେକ୍ସିକୋ ସୀମାନ୍ତବର୍ତ୍ତୀ ତିଜୁଆନା ସହର ନିକଟ ତେରାଜାସ୍ ଡେଲ୍‌ ଭାଲେରେ ‘ମିଡ୍‌ଟର୍ମ ଇଲେକ୍ସନ୍‌’ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଏକ ‌ବୁଥ୍‌ ଭିତରକୁ କଟାମୁଣ୍ଡଟାଏ ଫିଙ୍ଗିଥିବା କଥା ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଏହାଛଡ଼ା, ନିକଟବର୍ତ୍ତୀ ଅଞ୍ଚଳରୁ ମାନବ ଅଙ୍ଗପ୍ରତ୍ୟଙ୍ଗ ଓ କଟା ହାତ ଭରା ଗୋଟାଏ ପ୍ଲାଷ୍ଟିକ୍‌ ବସ୍ତା ମଧ୍ୟ ମିଳିଥିବା କଥା ସେମାନେ କହିଛନ୍ତି। କଟାମୁଣ୍ଡଟିକୁ ଫିଙ୍ଗି ଦେଇ ଲୋକଟି ଧାଇଁ ପଳାଇଯାଇଥିବା କଥା ସେମାନେ କହିଥିବା ବେଳେ ସେ ଧରା ପଡ଼ିଛନ୍ତି କି, ନାହିଁ ତାହା, କହିନାହାନ୍ତି। ପୁଣି, ଏହି ହିଂସାକାଣ୍ଡ ନିର୍ବାଚନ ସହ ସମ୍ପୃକ୍ତ କି, ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ।

publive-image Image Courtesy of NDTV

ସାଂସଦ ଏବଂ ରାଜ୍ୟ କର୍ତ୍ତୃପକ୍ଷ ନିର୍ବାଚନ ନିମନ୍ତେ ଚଳିତ ମେକ୍ସିକୋ ନିର୍ବାଚନ ପ୍ରଚାର ଅଭିଯାନରେ ଏହା ହେଉଛି ଅନ୍ୟତମ ରକ୍ତରଞ୍ଜିତ ଅଧ୍ୟାୟ। ନିରାପତ୍ତା ପରାମର୍ଶଦାତା ‘ଇଟେଲେକ୍ଟ’ କହିଛି ଯେ, ଏହି ପ୍ରଚାର ଅଭିଯାନରେ ୯୭ଜଣ ରାଜନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ୯୩୫ଜଣ ଆକ୍ରମଣର ସରବ୍ୟ ହୋଇଛନ୍ତି। ୨୦୧୭-୨୦୧୮ ନିର୍ବାଚନ ତୁଳନାରେ ଏଥର ନିର୍ବାଚନୀ ଆକ୍ରମଣ ୧୭.୫% ବୃଦ୍ଧି ପାଇଛି। ପୌର ନିର୍ବାଚନସ୍ତରରେ ଅଧିକାଂଶ ହିଂସାକାଣ୍ଡ ହେଉଥିବା କଥା ନିରାପତ୍ତା ସମୀକ୍ଷକମାନେ କହୁଛନ୍ତି।

ଚଳିତ ମେକ୍ସିକୋ ନିର୍ବାଚନରେ ନିମ୍ନ ସଦନର ୫୦୦ ଆସନ, ୧୫ଟି ପ୍ରଦେଶ ପାଇଁ ରାଜ୍ୟପାଳ ଏବଂ ହଜାର ହଜାର ସଂଖ୍ୟକ ଆଞ୍ଚଳିକ ନେତା ଚୟନ ଲାଗି ଭୋଟ୍ ଗ୍ରହଣ ଚାଲିଛି। ୯୩.୫ ନିୟୁତ ମେକ୍ସିକୋବାସୀ ଏହି ଭୋଟ୍‌ ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe