ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦୁଷ୍କର୍ମ କରିଥିବା ବାପ ନାମରେ ଅଭିଯୋଗ ଆଣିଲା ପୁଅ

Advertisment
ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦୁଷ୍କର୍ମ କରିଥିବା ବାପ ନାମରେ ଅଭିଯୋଗ ଆଣିଲା ପୁଅ

www.aadyaa.com

ଚେନ୍ନାଇ: ତାମିଲ୍‌ନାଡୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୪୨ ବର୍ଷୀୟ ବ୍ୟବସାୟୀ ନିଜ ପୁଅର ପ୍ରେମିକା ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦୁଷ୍କର୍ମ ଅଭିଯୁକ୍ତର ପୁଅ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ୨୦ ବର୍ଷୀୟା ଯୁବତୀ ଜଣକ ନିଜର ବିବାହ ବିଷୟରେ କଥା ହେବା ପାଇଁ ତାଙ୍କ ପ୍ରେମିକଙ୍କ ବାପାଙ୍କ ନିକଟକୁ ଆସିଥିଲେ। ମାତ୍ର ପ୍ରେମିକର ବାପା ତାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ।

ଘଟଣାଟି ଘଟିଛି ତାମିଲ୍‌ନାଡୁର ନଗପତିନମ୍‌ ଜିଲ୍ଳାର ବେଦରନମ୍ୟଠାରେ। ଅଭିଯୁକ୍ତ ଜଣକ ହେଉଛନ୍ତି ନିତ୍ୟାନନ୍ଦମ୍। ଅଭିଯୋଗ ହୋଇଛି ଯେ ନିତ୍ୟାନନ୍ଦମଙ୍କ ପୁଅର ପ୍ରେମିକା ନିଜ ବିବାହ ବିଷୟରେ କଥା ହେବାକୁ ଆସିଥିବା ବେଳେ ନିତ୍ୟାନନ୍ଦମ୍ ଏକ ମଙ୍ଗଳସୂତ୍ରକୁ ଜୋର୍‌ଜବରଦସ୍ତ ଝିଅଟିର ଗଳାରେ ପକାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

publive-image LatestLY

ଜାଣିବାକୁ ମିଳିଛି ଯେ ଅଭିଯୁକ୍ତଙ୍କ ପୁଅ ଓ ପୀଡ଼ିତା ପରସ୍ପରଙ୍କ ସହ ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି। ସେମାନେ ସାଥି ହୋଇ ଚେନ୍ନାଇରେ ଖେଳ ସରଞ୍ଜାମ ବିକ୍ରି ବି କରନ୍ତି।

ନିତ୍ୟାନନ୍ଦମ୍ ଯେତେବେଳେ  ଜାଣିଲେ ତାଙ୍କ ପୁଅର ଜଣେ ଝିଅ ସହ ପ୍ରେମ ସଂପର୍କ ଅଛି। ସେ କୌଶଳ ପ୍ରୟୋଗ କରି ଝିଅଟିକୁ ବିବାହ ବିଷୟରେ କଥା ହେବାକୁ ତାଙ୍କ ଘରକୁ ଡାକିଲେ ଓ ତାଙ୍କ ପୁଅ ଜୀବନରୁ ସବୁଦିନ ପାଇଁ ହଟାଇ ଦେବାକୁ ତାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ପୀଡ଼ିତା ସହ ଦୁଷ୍କର୍ମ କରିବା ସହ ତାଙ୍କୁ ନିଜର ଜଣେ ବନ୍ଧୁଙ୍କ ଘ‌ରେ ବନ୍ଦୀ କରି ରଖିଥିଲେ। ଏ ବିଷୟରେ ଅଭିଯୁକ୍ତଙ୍କ ପୁଅ ଜାଣିବା ପରେ ସେ ନିଜ ବାପାଙ୍କର ସେହି ବନ୍ଧୁ ଘରକୁ ଯାଇ ତାଙ୍କ ପ୍ରେମିକାଙ୍କୁ ଉଦ୍ଧାର କରିବା ସହ ବାପାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe