ଅଶାଳୀନ ବିଜ୍ଞାପନ ଦିଶିବାରୁ ଟ୍ଵିଟ୍‌ କରି ଆଇଆର୍‌ସିଟିସିକୁ ଅଭିଯୋଗ ଜଣାଇଥିବା ବ୍ୟକ୍ତିଙ୍କୁ ମିଳିଲା ଏହିପରି ଉତ୍ତର

Advertisment
ଅଶାଳୀନ ବିଜ୍ଞାପନ ଦିଶିବାରୁ ଟ୍ଵିଟ୍‌ କରି ଆଇଆର୍‌ସିଟିସିକୁ ଅଭିଯୋଗ ଜଣାଇଥିବା ବ୍ୟକ୍ତିଙ୍କୁ ମିଳିଲା ଏହିପରି ଉତ୍ତର

Twitter

ନୂଆଦିଲ୍ଲୀ: ଆଇଆର୍‌ସିଟିସି ଆପ୍‌ ଖୋଲି ଟିକେଟ୍‌ ବୁକିଂ କରିବା ବେଳେ ଅଶ୍ଳୀଳ ବିଜ୍ଞାପନ ଆସୁଥିବାର ଅଭିଯୋଗ କରି ଜଣେ ବ୍ୟକ୍ତି ଟ୍ଵିଟ୍‌ କରିଛନ୍ତି। ଆନନ୍ଦ କୁମାର ନାମକ ଟ୍ଵିଟର୍‌ ବ୍ୟବହାରକାରୀ ଜଣକ ବିଜ୍ଞାପନର ସ୍କ୍ରିନ୍‌ସଟ୍‌ ସହ ଆଇଆର୍‌ସିଟିସି, ରେଳ ମନ୍ତ୍ରାଳୟ ଓ ପିୟୁଷ ଗୋଏଲଙ୍କୁ ଏକ ଟ୍ଵିଟ୍‌ କରିଛନ୍ତି।

ଟ୍ଵିଟ୍‌ କରି ଆନନ୍ଦ ଲେଖିଛନ୍ତି, ‘ଆଇଆରସିଟିସି ଟିକେଟ୍‌ ବୁକିଂ ଆପ୍‌ରେ ତତ୍‌କ୍ଷଣାତ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଜ୍ଞାପନ ସାମ୍ନାକୁ ଆସିଯାଉଛି। ଏହା ଖୁବ୍‌ ଲଜ୍ଜାକର ଏବଂ ବିରକ୍ତିକର ମଧ୍ୟ। ଦୟାକରି ଏହା କିଛି ସମାଧାନ ବାହର କରାଯାଉ।’

ସେ କରିଥିବା ଟ୍ଵିଟ୍‌ର ରି-ଟ୍ଵିଟ୍‌ କରି ଇଣ୍ଡିଆନ୍‌ ରେଲେଓ୍ଵ ସେବା ପକ୍ଷରୁ ଲେଖାଯାଇଛି ଯେ ‘ ବିଜ୍ଞାପନ ପାଇଁ ଆଇଆର୍‌ସିଟିସି ଗୁଗୁଲ୍‌ ଆଡ୍‌ ସର୍ଭିସ ଟୁଲ୍‌ ଏହିଏକ୍ସ ବ୍ୟବହାର କରୁଛି। ଟାର୍ଗେଟ ବ୍ୟବହାରକାରୀଙ୍କ ସକାଶେ ଏହି ବିଜ୍ଞାପନ ବ୍ୟବହାର କରାଯାଏ। ବ୍ୟବହାରକାରୀଙ୍କ ହିଷ୍ଟ୍ରି ଏବଂ ବ୍ରାଉଜିଂ ବିହେଭିୟରକୁ ଲକ୍ଷ୍ୟ କରାଯାଇ ବିଜ୍ଞାପନ ଦୃଶ୍ୟମାନ ହୁଏ। ଦୟାକରି ଏହି ବିଜ୍ଞାପନାକୁ ନ ଦେଖିବା ପାଇଁ ବ୍ରାଉଜର ହିଷ୍ଟ୍ରି ଏବଂ କୁକିଜ୍‌ ଡିଲିଟ୍‌ କରନ୍ତୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe