ଦିନଦ୍ୱିପହରେ ପୁଅର ହତ୍ୟା, ନ୍ୟାୟ ଭିକ୍ଷା ପାଇଁ ୮୧ବର୍ଷିଅ ବୃଦ୍ଧ ୩୫୦କିିମି ଚାଲିଚାଲି ବିଧାନସଭାରେ ପହଞ୍ଚିଲେ

ସାଙ୍କେତିକ ଫଟୋ

ଜୟପୁର: ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରେ ନିଜ ପୁଅର ହତ୍ୟା ପରେ ୮୧ବର୍ଷିଅ ବୃଦ୍ଧ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ଏଭଳି ପରିଣତ ବୟସରେ ହନୁମାନଗଡ଼ରୁ ଜୟପୁର ବିଧାନସଭା ପର୍ଯ୍ୟନ୍ତ ରାମସ୍ୱରୂପ ପ୍ରାୟ ୩୫୦ କିଲୋମିଟର ଚାଲି ଚାଲି ବିଧାନସଭା ସମ୍ମୁଖରେ ପହଞ୍ଚି ସୋମବାରରୁ ଧାରଣା ଦେଇଛନ୍ତି।

publive-image

ଏହି ଘଟଣାକୁ ନେଇ ଖୁବଶ୍ରୀଘ୍ର ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମଙ୍ଗଳବାର ପୁଲିସ କମିଶନର କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ମୃତ ପବନଙ୍କ ପିତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶାନ୍ତିଲାଲ ଧରିୱାଲ ଅଶ୍ୱାସନା ମଧ୍ୟ ଦେଇଛନ୍ତି।

publive-imageସାଙ୍କେତିକ ଫଟୋ

ସୂଚନାଯୋଗ୍ୟ, ହନୁମାନଗଡ଼ ଜିଲ୍ଲାର ନୋହର ତହସିଲର ଜସରା ଗାଁରେ ଅକ୍ଟୋବର ୨୦୧୭ରେ ପୁଅ ପବନ ବ୍ୟାସଙ୍କୁ ଦିନଦ୍ୱିପହରେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ପୁଲିସରେ ମାମଲା ରୁଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହି ମାମଲାକୁ ନେଇ ଯେତେବେଳେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା ସରକାର ଏହି ମାମଲାର ତଦନ୍ତ ପୁଲିସ ସ୍ପେଶିଆଲ ଅପରେସନ୍‌ ଗ୍ରୁପକୁ ହସ୍ତାନ୍ତର କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe