ନିଜର ସାଥୀକୁ ଖୋଜିବାକୁ ଆସିଥିବା ବେଳେ ଧରିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ଦଂଶନ ପାଇଁ ଦୌଡ଼ାଇଲା ଅହିରାଜ

Advertisment
ନିଜର ସାଥୀକୁ ଖୋଜିବାକୁ ଆସିଥିବା ବେଳେ ଧରିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ଦଂଶନ ପାଇଁ ଦୌଡ଼ାଇଲା ଅହିରାଜ

ନୂଆଦିଲ୍ଲୀ: ସାପକୁ ଦେଖିବା ମାତ୍ରେ ଲୋକେ ଭୟଭୀତ ହୋଇଯାଇଥାଆନ୍ତି। ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ପୋଷ୍ଟ ହେଉଥିବା ବେଳେ ନିକଟରେ ସାପକୁ ନେଇ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ହାତରେ କୌଣସି ଅସ୍ତ୍ର ନଧରି ଅହିରାଜ ସାପକୁ କାବୁ କରିବାକୁ ‌ଚେଷ୍ଟା କରୁଛନ୍ତି।

ଏହି ଅହିରାଜ ସାପ ଦକ୍ଷିଣ ଥାଇ ପ୍ରଦେଶର କ୍ରାବିର ଏକ ଖଜୁରୀ ବୃକ୍ଷ ବଣରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏଥିସହିତ ସାପ ଏକ ସେପ୍ଟିକ ଟ୍ୟାଙ୍କରେ ମଧ୍ୟ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା। ଏହି ସାପର ଲମ୍ବ ପ୍ରାୟ ୧୪ଫୁଟ ଥିବା ବେଳେ ଓଜନ ୧୦କିଲୋଗ୍ରାମରୁ ଅଧିକ ହେବ।

ଏହି ଘଟଣାର ଭିଡିଓ ଫେସବୁକରେ ସେୟାର କରାଯାଇଛି। ଏହି ଭିଡିଓରେ, ବ୍ୟକ୍ତି ଜଣକ ଅହିରାଜ ସାପକୁ ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ସାପ ଫଣା ଟେକି ବ୍ୟକ୍ତିଙ୍କୁ ଦଂଶନ ପାଇଁ ଦୌଡ଼ି ଆସୁଥିବା ବି ଦେଖିବାକୁ ମିଳୁଛି। ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ ସାପ ଦଂଶନରୁ ବଞ୍ଚି ଯାଇଥିଲେ।

ଅନେକ ଚେଷ୍ଟା ପରେ ଶେଷରେ ଉକ୍ତ ସାପକୁ କାବୁ କରାଯାଇଥିଲା। ଶେଷରେ ସୁରକ୍ଷିତ ଭାବେ ନେଇ ଜଙ୍ଗଲରେ ଛାଡି ଦିଆଯାଇଥିଲା। କୁହାଯାଉଛି ଯେ ସାପଟି ନିଜ ସାଥୀର ସନ୍ଧାନରେ ଉକ୍ତ ଖଜୁରୀ ବଣ ନିକଟରେ ବୁଲୁଥିଲା। କାରଣ ନିକଟରେ ଏକ ସାପକୁ ସ୍ଥାନୀୟ ଲୋକ ମାରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe