ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟର ଭିଡିଓ ଦେଖୁଥିବାରୁ ଯାତ୍ରୀଙ୍କୁ ଟ୍ରେନରୁ ତଳକୁ ଫିଙ୍ଗିବାକୁ ଚେଷ୍ଟା କରୁଥିଲେ ଦୁଇଅଜ୍ଞାତ ଯୁବକ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟର ଭିଡିଓ ଦେଖୁଥିବାରୁ ଯାତ୍ରୀଙ୍କୁ ଟ୍ରେନରୁ ତଳକୁ ଫିଙ୍ଗିବାକୁ ଚେଷ୍ଟା କରୁଥିଲେ ଦୁଇଅଜ୍ଞାତ ଯୁବକ। ଘଟଣାର ଭିଡିଓ ହେଉଛି ଭାଇରାଲ। ଦୁଇଅଜ୍ଞାତ ଯୁବକଙ୍କ ନାମରେ ମାମଲା ରୁଜୁ କରିଛି ପୁଲିିସ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟର ଭିଡିଓ ଦେଖୁଥିବାରୁ ଯାତ୍ରୀଙ୍କୁ ଟ୍ରେନରୁ ତଳକୁ ଫିଙ୍ଗିବାକୁ ଚେଷ୍ଟା କରୁଥିଲେ ଦୁଇଅଜ୍ଞାତ ଯୁବକ। ଘଟଣାର ଭିଡିଓ ହେଉଛି ଭାଇରାଲ। ଦୁଇଅଜ୍ଞାତ ଯୁବକଙ୍କ ନାମରେ ମାମଲା ରୁଜୁ କରିଛି ପୁଲିିସ।

e3r

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରର ଭୋପାଳ-ଇନ୍ଦୋର ପାସେଞ୍ଜର ଟ୍ରେନ ଭିତରେ ଜଣେ ଯୁବକଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରାଯାଇଥିବାର ଘଟଣା ସାମ୍ନା୍କୁ ଆସିଛି।

ଜିଆରପି ଷ୍ଟେସନ ହାଉସ ଅଧିକାରୀ ରଶ୍ମୀ ପାଟିଦାର ଏହି ଘଟଣାକୁ ନେଇ କହିଛନ୍ତି, ‘ପୀଡ଼ିତ ଯୁବକଙ୍କ ଅଭିଯୋଗ ଆଧାରରେ ଦୁଇଜଣ ଅଜଣା ଯୁବକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୮(୧) ଜାଣିଶୁଣି ଆଘାତ ପହଞ୍ଚାଇବା), ୨୯୬(ଦୁର୍ବ୍ୟବହାର), ୩୫୧(ଧମକ) ଆଧାରରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ସିସିଟିଭି ଫୁଟେଜ ଓ ଭିଡିଓ ଆଧାରରେ ଅପରାଧିକଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ପ୍ରୟାାସ କରୁଛି।

ପୀଡ଼ିତ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ଏପ୍ରିଲ ୨୭ରେ ଭୋପାଳ-ଇନ୍ଦୋର ପାସେଞ୍ଜର ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିଲୁ। ସେ ସମୟରେ ମୁଁ ମୋ ଫୋନରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟର ଭିଡିଓ ଦେଖୁଥିଲି। ଏହି ସମୟରେ ଦୁଇଜଣ ଅଜଣା ବ୍ୟକ୍ତି କହିଥିଲେ ମୁଁ ତାଙ୍କୁ ଆକ୍ଷେପ କରି ଏହି ରିଲ୍ସ ଦେଖୁଥିଲି।

 ଏହି ଘଟଣାକୁ ନେଇ ସେମାନଙ୍କର ଓ ମୋ ଭିତରେ ବିବାଦ ହୋଇଥିଲା। ଏହାପରେ ଦୁଇ ଅଜ୍ଞାତ ଯୁବକ ଭାରତ ଓ ସମ୍ବିଧାନକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏଥିସହିତ ମୋତେ ଟ୍ରେନରୁ ତଳକୁ ଫିଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତଃ ମୁଁ ଏହି ଘଟଣାରେ ବର୍ତ୍ତି ଯାଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe