ପୁଲିସକୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ସିଂଘୁ ସୀମାନ୍ତ କୃଷକ ପ୍ରତିବାଦ ସ୍ଥଳରୁ ୪୪ ଗିରଫ

ପୁଲିସକୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ସିଂଘୁ ସୀମାନ୍ତ କୃଷକ ପ୍ରତିବାଦ ସ୍ଥଳରୁ ୪୪ ଗିରଫ

Image Courtesy of NDTV

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ଣରେ ସିଂଘୁ ସୀମାନ୍ତରେ ସଙ୍ଗଠିତ ହିଂସାକାଣ୍ଡ ସମୟରେ ଅଲିପୁର ଏସ୍‌ଏଚ୍‌ଓଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ୪୪ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ଅଲିପୁର ଥାନାରେ ସେମାନଙ୍କ ବିରୋଧରେ ନରହତ୍ୟା ଉଦ୍ୟମ ମାମଲା ସମେତ ବିଭିନ୍ନ ଧାରାରେ ଥିବା ଅପରାଧିକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଅଲିପୁର ଏସ୍‌ଏଚ୍‌ଓଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ପଞ୍ଜାବ ରାଜ୍ୟର ନୟା ଶେହର୍‌ ଜିଲ୍ଲା ଅନ୍ତର୍ଗତ ରାହୁ ଥାନା ଅଧୀନ କାଜାମପୁର ଗ୍ରାମର ବାସିନ୍ଦା ୨୨ ବର୍ଷିୟ ରଣଜିତ ସିଂହଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।

publive-image Image Courtesy of News24Nation

ଶୁକ୍ରବାର ଅପରାହ୍ଣରେ ପ୍ରତିବାଦକାରୀ କୃଷକମାନଙ୍କ ସହ ଆଖପାଖ ଗ୍ରାମବାସୀମାନଙ୍କ ସଂଘର୍ଷ ହୋଇ ଘଟଣା ପରେ ଘଟଣା ଘଟି ଚାଲିଲାରୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଢେଲା, ଲାଠି ଓ ଖଣ୍ଡା ଧରି ବାହାରି ଆସିଥିଲେ। ଏହି ଘଟଣାରେ ଅନ୍ୟମାନଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ନିକଟବର୍ତ୍ତୀ ଗ୍ରାମମାନଙ୍କର ବାସିନ୍ଦା ବୋଲି ଦାବି କରୁଥିବା ଦଳେ ବ୍ୟକ୍ତି ଦୁଇ ମାସ ହେବ କୃଷକମାନଙ୍କ ଦ୍ୱାରା ଅବରୋଧ ହୋଇଥିବା ରାସ୍ତା ଖୋଲିବାକୁ ଉଦ୍ୟମ କରିବା ବେଳେ କଥା କଟାକଟି ହୋଇ ସଂଘର୍ଷର ସୂତ୍ରପାତ ହୋଇଥିଲା। ଅନେକ ସମୟ ପରେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe