ଦୁଷ୍କର୍ମ ଅଭିଯୁକ୍ତ ଭାବେ ସଜା ପାଇଥିବା ବ୍ୟକ୍ତିଙ୍କୁ ମିଳିଲା ୧୫ ଲକ୍ଷ କ୍ଷତିପୂରଣ

Advertisment

First in the world

First in the world

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଚେନ୍ନାଇ: ଏକ ବିରଳ ଘଟଣାକ୍ରମରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଚେନ୍ନାଇ କୋର୍ଟ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ଭୁଲ୍‌ରେ ଏକ ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗିଛନ୍ତି। କଲେଜ୍‌ରେ ପଢ଼ୁଥିବା ସମୟରେ ସେ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ପ୍ରାୟ ୭ ବର୍ଷରୁ ଅଧିକ ବର୍ଷ ଧରି ସେ ଏହି ମାମଲାରେ ବିଚାରଣା ସାମ୍ନା କରିଛନ୍ତି। ତେବେ ତାଙ୍କ ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ, ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତା ମହିଳା ‌ଯେଉଁ ଶିଶୁକୁ ଜନ୍ମ ଦେଇଛନ୍ତି ସେ ସେହି ପିଲାର ବାପା ନୁହନ୍ତି। ତେଣୁ ମାମଲାରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା। କିନ୍ତୁ ଭୁଲ୍‌ ଦୁଷ୍କର୍ମ ମାମଲା ପାଇଁ ସନ୍ତୋଷଙ୍କ ଜୀବନ ଏବଂ କ୍ୟାରିୟର ନଷ୍ଟ ହୋଇଯାଇଥିବାରୁ ସେ କ୍ଷତିପୂରଣ ଦାବି କରି ଚେନ୍ନାଇ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରି ସନ୍ତୋଷଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ କହିଛନ୍ତି। ପୀଡ଼ିତା ମହିଳା ଏବଂ ତାଙ୍କ ପରିବାର ସଦସ୍ୟ ମିଥ୍ୟା ମାମଲା କରିଥିବାରୁ ସେମାନେ ଏହି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe