ଶରଦ ପାୱାର୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ବିଜେପି’ କର୍ମୀ: ଅଜିତ ପାୱାର୍‌

ଶରଦ ପାୱାର୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ବିଜେପି’ କର୍ମୀ: ଅଜିତ ପାୱାର୍‌

ପୁଣେ: ଶରଦ୍‌ ପାୱାର୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ଆତ୍ମଘୋଷିତ ବିଜେପି କର୍ମୀ’ ସୌରଭ ପିମ୍ପାଲ୍‌କର୍‌ ବୋଲି ତାଙ୍କ ପୁତୁରା ଅଜିତ ପାୱାର୍‌ ଦାବି କରିଛନ୍ତି।

ଏଭଳି ଦାୟିତ୍ବହୀନ ଆଚରଣକୁ ତୀବ୍ର ନିନ୍ଦା କରି ଅଜିତ୍‌ ପାୱାର୍‌ କହିଛନ୍ତି, ସୌରଭ ପିମ୍ପାଲ୍‌କର୍‌ ନାମକ ଏହି ଯୁବକ ତା’ର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ପ୍ରକାଶ କରିଥିଲା ଯେ, ଶରଦ ପାୱାର୍‌ ନରେନ୍ଦ୍ର ଦାଭୋଲ୍‌କର୍‌ଙ୍କ ଦଶା ଭୋଗିବେ। ସାମାଜିକ ଗଣମାଧ୍ୟମରେ ‘ବାୟୋଡାଟା’ରେ ସୌରଭ ପିମ୍ପାଲ୍‌କର୍‌ ଉଲ୍ଲେଖ କରିଛନ୍ତି ଯେ, ସେ ଜଣେ ‘ବିଜେପି’ କର୍ମୀ। ସେ କ’ଣ ପ୍ରକୃତରେ ‘ବିଜେପି’ ସହିତ ସମ୍ପୃକ୍ତ ଅଛନ୍ତି? ସେ କ’ଣ ପ୍ରକୃତରେ ଜଣେ ‘ବିଜେପି’ କର୍ମୀ?

publive-image Image Courtesy of India Today

ତାଙ୍କ ହ୍ବାଟସ୍‌ଆପ୍‌ରେ ବାପା ଶରଦ ପାୱାରଙ୍କ ପ୍ରତି ହତ୍ୟା ଧମକ ଆସିଥିବା କଥା ଗୁରୁବାର ଦିନ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି) ସାଂସଦ ସୁପ୍ରିୟା ସୁଲେ କହିଥିଲେ।

ଗଣମାଧ୍ୟମକୁ ସୁଲେ କହିଥିଲେ, ପାୱାର୍‌ ସାହେବଙ୍କ ନାଁରେ ମୁଁ ହ୍ବାଟସ୍‌ଆପ୍‌ରେ ଗୋଟାଏ ମେସେଜ୍‌ ପାଇଛି। ତାଙ୍କୁ ଗୋଟାଏ ୱେବ୍‌ସାଇଟ୍‌ ଜରିଆରେ ହତ୍ୟା ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ପୁଲିସ ପାଖକୁ ଆସିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ଯ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ।

ସେ ଆହୁରି ମଧ୍ୟ କହିଥିଲେ, ପାୱାର୍‌ ସାହେବଙ୍କ ନିରାପତ୍ତା ଗୃହମନ୍ତ୍ରାଳୟ ଉପରେ ନ୍ୟସ୍ତ। ଗୃହମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ। ଶରଦ ପାୱାର୍‌ ହେଉଛନ୍ତି ଦେଶର ନେତା। ତେଣୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe