୮ବର୍ଷ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତ ଗିରଫ

୮ବର୍ଷ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତ ଗିରଫ

.jansatta

ନୂଆଦିଲ୍ଲୀ: ୨୦୧୧ ମସିହା ଅର୍ଥାତ ଆଜିକୁ ଆଠବର୍ଷ ପୂର୍ବେ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଚାପୁଡ଼ା ମାରିଥିବା ଅଭିଯୁକ୍ତକୁ ବୁଧବାର ଦିଲ୍ଲୀରୁ ଗିରଫ କରାଯାଇଛି। ଶରଦ ପାୱାରଙ୍କ ସମ୍ପର୍କରେ ବିଶେଷ ସୂତରୁ ସୂଚନା ପାଇ ପରେ ପୁଲିସ୍‌ ଅରବିନ୍ଦର ସିଂହଙ୍କୁ ଗିରଫ କରିଛି। ଗିରଫ ପରେ କୋର୍ଟ ତାଙ୍କୁ ନଭେମ୍ବର ୨୫ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଶରଦ ପାୱାର ୟୁପିଏ-୨ ସରକାରରେ କୃଷି ମନ୍ତ୍ରୀ ଥିବା ସମୟରେ ୨୦୧୧ ନଭେମ୍ବର ୨୪ରେ ଏହି ଘଟଣା ଘଟିଥିଲା। ଶରଦ ପାୱାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏନ୍‌ଡିଏମସିରେ ପହଞ୍ଚିଥିଲେ। ଏହି ସମୟରେ ଏକାଧିକ ଆବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବାରୁ ଅରବିନ୍ଦର ସିଂହ ଏଥିରେ ଅସନ୍ତୁଷ୍ଟ ହୋଇ ଶରଦ ପାୱାରଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ସେ ସମସୟରେ ଏହା ସମାଲୋଚନାର ବିଷୟ ପାଲଟିଥିଲା।

publive-image

ଅରବିନ୍ଦର ସିଂହ ଶରଦଙ୍କ ନାମରେ ଆତ୍ମହତ୍ୟା ପାଇଁ ଉଦ୍ୟମ, ଦୁର୍ବ୍ୟବହାର ଓ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ଶୁଣାଣି ଦିଲ୍ଲୀ କୋର୍ଟରେ ହୋଇଥିଲା। ତେବେ ୨୦୧୪ରେ ଅରବିନ୍ଦ ସିଂହ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇ ନଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe