ଦିଲ୍ଲୀରୁ ଧରାପଡ଼ିଲେ ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ବ୍ୟକ୍ତି, ୨ ଖଣ୍ଡା ଉଦ୍ଧାର

Advertisment
ଦିଲ୍ଲୀରୁ ଧରାପଡ଼ିଲେ ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ବ୍ୟକ୍ତି, ୨ ଖଣ୍ଡା ଉଦ୍ଧାର

Image Courtesy of India Today

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲା ହିଂସାକାଣ୍ଡରେ ସମ୍ପୃକ୍ତ ମନିନ୍ଦର ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ସେଲ୍‌’ ଟିମ୍‌ ମଙ୍ଗଳବାର ଦିନ ଗିରଫ କରିଛି।

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କୃଷକ ସଙ୍ଗଠନ ଆୟୋଜନ କରିଥିବା ଟ୍ରାକ୍ଟର୍‌ ରାଲିରେ ହିଂସାକାଣ୍ଡର ସୂତ୍ରପାତ କରିଥିବା ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରୁ ମନିନ୍ଦର ସିଂହ ଓରଫ୍‌ ମୋନି ଅନ୍ୟତମ ବୋଲି ବୁଧବାର ଦିନ ଦିଲ୍ଲୀ ପୁଲିସ ଅଧିକାରୀମାନେ କହିଛନ୍ତି।

publive-image Image Courtesy of The Tatva

୩୦ ବର୍ଷିୟ ମନିନ୍ଦର ସିଂହ ଓରଫ୍‌ ମନୁ ହେଉଛନ୍ତି ଦିଲ୍ଲୀ ଅନ୍ତର୍ଗତ ସ୍ୱରୂପ ନଗରର ବାସିନ୍ଦା। ଲାଲ୍‌ କିଲ୍ଲା ହିଂସାକାଣ୍ଡ ମାମଲାରେ ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ମନିନ୍ଦର ସିଂହଙ୍କୁ ପିତମ୍‌ପୁରା ଅନ୍ତର୍ଗତ ଏକ ବସ୍‌ ଷ୍ଟାଣ୍ଡ୍‌ ପାଖରୁ ଗିରଫ କରାଯାଇଛି। ମନିନ୍ଦର ଗିରଫ ହେବା ପରେ ପରେ, ଦିଲ୍ଲୀ ପୁଲିସ ସ୍ୱରୂପ ନଗରରେ ଥିବା ତାଙ୍କ ବାସଭବନରୁ ଦୁଇଟି ଖଣ୍ଡା ଉଦ୍ଧାର କରିଛି।

ଜାନୁଆରି ୨୬ ତାରିଖ ଦିନ ଲାଲ୍‌ କିଲ୍ଲାରେ ମନିନ୍ଦର ଦୁଇଟି ଖଣ୍ଡା ବୁଲାଉଥିବାର ଦୃଶ୍ୟ ଚାରିଆଡ଼େ ପ୍ରସାରିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ଇକ୍‌ବାଲ୍‌ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାର କିଛି ଦିନ ପରେ ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ମନିନ୍ଦର ସିଂହଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅନତମ ଅଭିଯୁକ୍ତ ଇକ୍‌ବାଲ୍‌ ଫେବ୍ରୁଆରି ୯ ତାରିଖ ଦିନ ପଞ୍ଜାବର ହୋସିୟାର୍‌ପୁରରୁ ଗିରଫ ହୋଇଥିଲେ।

ଜାନୁଆରି ୨୬ ଲାଲ୍‌ କିଲ୍ଲା ଘଟଣା ପରଠାରୁ ଦିଲ୍ଲୀ ପୁଲିସ ଇକ୍‌ବାଲ୍‌ ସିଂହଙ୍କୁ ଖୋଜୁଥିଲା। ତାଙ୍କର ପତ୍ତା ଜଣାଇଲେ ନଗଦ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ପୁଲିସ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe