ପୁଅ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାପାମାଆ ଓ ଝିଅକୁ ହତ୍ୟା

Advertisment

ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୩ ଜଣଙ୍କୁ ହତ୍ୟା ବା ଏକ ଟ୍ରିପଲ୍‌-ମର୍ଡର ମାମଲା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅକୁ ଘର ଭିତରେ ପଶି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୩ ଜଣଙ୍କୁ ହତ୍ୟା ବା ଏକ ଟ୍ରିପଲ୍‌-ମର୍ଡର ମାମଲା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅକୁ ଘର ଭିତରେ ପଶି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି।

www.ndtv.com

ନୂଆଦିଲ୍ଲୀ:  ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୩ ଜଣଙ୍କୁ ହତ୍ୟା ବା ଏକ ଟ୍ରିପଲ୍‌-ମର୍ଡର ମାମଲା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅକୁ ଘର ଭିତରେ ପଶି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସକାଳୁ ତାଙ୍କ ପୁଅ ପ୍ରାତଃ ଭ୍ରମଣରେ ବାହାରକୁ ଯାଇଥିବାରୁ ବଞ୍ଚି ଯାଇଥିବା ସୂଚନା ରହିଛି।

ପୀଡ଼ିତାଙ୍କ ନାମ ରାଜେଶ (୫୩), ତାଙ୍କ ପତ୍ନୀ କୋମଲ (୪୭) ଏବଂ ସେମାନଙ୍କର ୨୩ ବର୍ଷର ଝିଅ କବିତା ବୋଲି ଜଣାପଡିଛି। ଖବର ଅନୁଯାୟୀ ମୃତକଙ୍କ ପୁଅ ସକାଳ ପ୍ରାୟ ୫ଟା ସମୟରେ ପ୍ରାତଃ ଭ୍ରମଣ ପାଇଁ ଘରୁ ବାହାରକୁ ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ପିତାମାତା ଓ ଭଉଣୀଙ୍କ ମୃତଦେହ ଦେଖି ସମସ୍ତଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଘରେ କୌଣସି ପ୍ରକାରର ଚୋରି ହୋଇନଥିବା ପୁଲିସ୍‌ କହିଛି। ଘଟଣା ସଂପର୍କରେ ଜଣେ ପଡ଼ୋଶୀ କହିଛନ୍ତି ଯେ ଶବ୍ଦ ଶୁଣି ସେମାନେ ବାହାରକୁ ଆସିଥିଲେ। ସେଠାରେ ଯାଇ ଦେଖନ୍ତି ଯେ ମୃତ ଦମ୍ପତିଙ୍କ ପୁଅ କାନ୍ଦି କାନ୍ଦି ଘଟଣା ସଂପର୍କରେ ବଖାଣୁଥିଲେ। ‌ଆଜି ମୃତ ପତି-ପତ୍ନୀଙ୍କର ବିବାହ ବାର୍ଷିକୀ ଥିଲା ଓ ତାଙ୍କ ପୁତ୍ର ସେମାନଙ୍କୁ ଶୁଭେଚ୍ଛା ଜଣାଇ ବାହାରକୁ ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe