କ୍ରେଡରେ ୩ଲକ୍ଷ ଜିତିଥିଲେ ଯୁବକ, ମିଳିଲା ହଜାରେ ଟଙ୍କା !

Advertisment

ଜଣେ କ୍ରେଡ ବ୍ୟବହାରକାରୀ ୩.୨୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମାକବୁକ୍, ଆଇପ୍ୟାଡ୍, ଏୟାରପୋଡ୍ସ ମ୍ୟାକ୍ସ ଏବଂ ଟୁମି ବ୍ୟାଗ ଜିତିଥିଲେ। କିନ୍ତୁ କୁନାଲ ଶାହାଙ୍କ ମାଲିକାନାରେ ଥିବା ବେଙ୍ଗାଲୁରୁ କମ୍ପାନୀ ତାଙ୍କ ଜ୍ୟାକପଟ ବାତିଲ କରିଥିଲା।

ଜଣେ କ୍ରେଡ ବ୍ୟବହାରକାରୀ ୩.୨୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମାକବୁକ୍, ଆଇପ୍ୟାଡ୍, ଏୟାରପୋଡ୍ସ ମ୍ୟାକ୍ସ ଏବଂ ଟୁମି ବ୍ୟାଗ ଜିତିଥିଲେ। କିନ୍ତୁ କୁନାଲ ଶାହାଙ୍କ ମାଲିକାନାରେ ଥିବା ବେଙ୍ଗାଲୁରୁ କମ୍ପାନୀ ତାଙ୍କ ଜ୍ୟାକପଟ ବାତିଲ କରିଥିଲା।

credu

ବେଙ୍ଗାଲୁରୁ: ଅନଲାଇନ ଜିନିଷ କିଣି ଠକାମିର ଶିକାର ହେବା କଥା ଆପଣ ଶୁଣିଥିବେ । ହେଲେ ଜଣେ ଯୁବକ କ୍ରେଡରେ ଜ୍ୟାକପଟ ଜିତିବା ପରେ ଠକାମିର ଶିକାର ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ, ଯୁବକଙ୍କୁ ଜ୍ୟାକେପଟ ଭାବେ ୩.୨୫ଲକ୍ଷ ଟଙ୍କାର ମାକବୁକ୍, ଆଇପ୍ୟାଡ୍, ଏୟାରପୋଡ୍ସ ମ୍ୟାକ୍ସ ଏବଂ ଟୁମି ବ୍ୟାଗ ଦିଆଯିବ ବୋଲି କୁହାଯାଇଥିଲା। ‌ହେଲେ ଶେଷରେ ତାଙ୍କ ହାତକୁ ଆସିଥିଲା ମାତ୍ର ହାଜାରେ ଟଙ୍କା। ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ପୀଡ଼ିତ ଅବିରାଲ ସଙ୍ଗଲ ଏକ୍ସରେ ପୋଷ୍ଟ କରି ଜଣାଇବା ପରେ ଏବେ ଏହା ସାମ୍ନାକୁ ଆସିଛି। ତାଙ୍କ ଏକ୍ସ ପୋଷ୍ଟଟି ଏବେ ଭାଇରାଲ ହେବ‌ାରେ ଲାଗିଛି।

“ଯଦିଓ ମୁଁ ସାଧାରଣତଃ କ୍ରେଡ ଜ୍ୟାକପଟ୍ ଉପରେ ବିଶ୍ବାସ କରେ ନାହିଁ, କିନ୍ତୁ ଗତକାଲି ମୁଁ କିଛି ଟଙ୍କା ମିଳିବାର ଆଶା ନକରି ଫ୍ରାଇଡେ ଜ୍ୟାକପଟ୍ ଖେଳିଥିଲି । କିନ୍ତୁ ଏମିତି ଖେଳୁ ଖେଳୁ ମୁଁ ଜ୍ୟାକପଟ୍ ଜିତିଯାଇଥିଲି ଏବଂ ୩.୨୫ଲକ୍ଷ ମୂଲ୍ୟର ଜିନିଷ ମୋତେ ମିଳିବ ବୋଲି ଜଣାଯାଇଥିଲା | ଏଥିରେ ଥିଲା ଏକ ମାକବୁକ୍, ଆଇପ୍ୟାଡ୍, ଏୟାରପୋଡସ୍ ମ୍ୟାକ୍ସ ଏବଂ ଏକ ଟୁମି ବ୍ୟାଗ୍।"

ସେ ଆହୁରି ଲେଖିଛନ୍ତି, “ମୁଁ ଜିତିଥିବା ଜିନିଷ ଗ୍ରହଣ କରିବାକୁ ଫର୍ମ ପୂରଣ କରିଥିଲି ଏବଂ ସେମାନେ ଜ୍ୟାକପଟରେ ଟିଡିଏସ ଦେବା ପାଇଁ ମୋ ପ୍ୟାନ କାର୍ଡ ମାଗିଥିଲେ । କିନ୍ତୁ କିଛି ମିନିଟ୍ ପରେ ମୋତେ କ୍ରେଡ ଟିମ୍ କଲ୍ କରି କହିଥିଲେ କିଛି ବୈଷୟିକ ସମସ୍ୟା ହେତୁ ସେମାନଙ୍କୁ ଜ୍ୟାକପଟ୍ ବାତିଲ୍ କରିବାକୁ ପଡିବ ଏବଂ ସେମାନେ ମୁଦ୍ରାଗୁଡ଼ିକୁ ଫେରସ୍ତ କରି ହଜାରେ ଟଙ୍କା କ୍ୟାସବ୍ୟାକ୍ ଦେବେ । ହେଲେ ମୁଁ ତାଙ୍କର ଏହି ଅଫରକୁ ଗ୍ରହଣ କରିବାକୁ ମନା କରିଦେଲି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe