୭୦ ବର୍ଷ ହେଲା ଯାହା ହୋଇପାରିନଥିଲା ‘୫୬ ଇଞ୍ଚିଆ ଛାତିର ଲୋକ’ ଥରକରେ କରି ଦେଖାଇଲେ: ଅମିତ ଶାହା

Advertisment
୭୦ ବର୍ଷ ହେଲା ଯାହା ହୋଇପାରିନଥିଲା ‘୫୬ ଇଞ୍ଚିଆ ଛାତିର ଲୋକ’ ଥରକରେ କରି ଦେଖାଇଲେ: ଅମିତ ଶାହା

(PTI photo)

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ବିଜେପିର ପ୍ରଚାର କରିବା ବେଳେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି ୫୬ ଇଞ୍ଚିଆ ଛାତିର ମଣିଷ ଗୋଟାଏ ଥର ଏପରି ଏକ ଐତିହାସିକ କାର୍ଯ୍ୟ କରି ଦେଖାଇଲେ। ସେ ପୂର୍ବ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି କି କିପରି ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ପୂର୍ବ ସରକାର ଯାହା କରିପାରି ନାହାନ୍ତି ୫୬ ଇଞ୍ଚିଆ ଛାତିର ଲୋକ ଥରକରେ ତାହା କରି ଦେଖାଇଛନ୍ତି।

କୋହ୍ଲାପୁରରେ ନିର୍ବାଚନ ଲାଲି ସମ୍ବୋଧନ କଲା ବେଳେ ଶାହା ଆହୁରି ବି କହିଛନ୍ତି ଯେ ଲୋକମାନେ କଂଗ୍ରେସ ଓ ଏନ୍‌ସିପି ନେତାମାନଙ୍କୁ ପ୍ରଶ୍ନ ପଚାରିବା ଉଚିତ। ଶାହା ସାରା ଦେଶ ଓ ମହାରାଷ୍ଟ୍ରର ଲୋକଙ୍କୁ ଧନ୍ୟବାଦ ଦେଇ କହିଛନ୍ତି କି ଲୋକମାନେ ମୋଦୀଜୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାରୁ ୭୦ ବର୍ଷ ଧରି ଦେଶକୁ ଯାହା ଆବଶ୍ୟକ ଥିଲା ସେ ତାହା କରି ଦେଖାଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe