ଋଣ ମଞ୍ଜୁର ପାଇଁ ମହିଳାଙ୍କ ଠାରୁ ଯୌନ ସୁଖ ମାଗିବା ମହଙ୍ଗା ପଡ଼ିଲା ; ଉତ୍‌କ୍ଷିପ୍ତ ମହିଳାଙ୍କ ଠାରୁ ମ୍ୟାନେଜର ଖାଇଲେ ନିର୍ଘାତ ମାଡ଼; ଭିଡିଓ ହେଲା ଭାଇରାଲ

ଋଣ ମଞ୍ଜୁର ପାଇଁ ମହିଳାଙ୍କ ଠାରୁ ଯୌନ ସୁଖ ମାଗିବା ମହଙ୍ଗା ପଡ଼ିଲା ; ଉତ୍‌କ୍ଷିପ୍ତ ମହିଳାଙ୍କ ଠାରୁ ମ୍ୟାନେଜର ଖାଇଲେ ନିର୍ଘାତ ମାଡ଼; ଭିଡିଓ ହେଲା ଭାଇରାଲ

ବେଙ୍ଗାଲୁରୁ: ସଂପ୍ରତି #ମିଠୁ ଅଭିଯାନରେ ଯୌନ ନିର୍ଯାତନା ସଂପର୍କିତ ଅଭିଯୋଗ ସମଗ୍ର ଦେଶରେ ଅଲୋଡ଼ନ ସୃଷ୍ଟି କରିଥିବା ବେଳେ ବେଙ୍ଗାଲୁରୁରେ ଏକ ଆର୍ଥିକ ସଂସ୍ଥାର ମ୍ୟାନେଜର ୨ ଲକ୍ଷ ଟଙ୍କାର ଋଣ ଅନୁମୋଦନ ସକାଶେ ଜନୈକା ମହିଳାଙ୍କ ଠାରୁ ଯୌନ ଅନୁଗ୍ରହ ଦାବି କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ମହିଳା ଜଣଙ୍କ ସଂପୃକ୍ତ ମ୍ୟାନେଜରଙ୍କୁ ଅଫିସ୍‌ ଭିତରୁ ରାସ୍ତା ଉପରକୁ ଟାଣି ନେଇ ସ୍ପଷ୍ଟ ଦିବାଲୋକରେ ନିର୍ଘାତ ମାଡ଼ ମାରିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଦେବନଗରୀ ଅଞ୍ଚଳରେ ଏବଂ ଅଭିଯୁକ୍ତ ଜଣକ ଡିଏଚ୍‌ଏଫ୍‌ଏଲ୍‌ ଆର୍ଥିକ ସଂସ୍ଥାର ମ୍ୟାନେଜର ଦେଭିୟା ବୋଲି ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୀଡ଼ିତା ମହିଳା ଜଣକ ଡିଏଚ୍‌ଏଫ୍‌ଏଲ୍‌ ଆର୍ଥିକ ସଂସ୍ଥାରୁ ୨ ଲକ୍ଷ ଟଙ୍କାର ଋଣ ପାଇଁ ଅବେଦନ କରିଥିଲେ। ତେବେ, ଋଣ ମଞ୍ଜୁର କରିବା ଦାୟିତ୍ୱରେ ରହିଥିବା ଡିଏଚ୍‌ଏଫ୍‌ଏଲ୍‌ର ମ୍ୟାନେଜର ଦେଭିୟା ମହିଳା ଜଣଙ୍କୁ କହିଥିଲେ ଯେ ଯଦି ସେ ତାଙ୍କର ଶଯ୍ୟା ସଙ୍ଗିନୀ ସାଜିବା ସହ ତାଙ୍କୁ ଯୌନ ସୁଖ ପ୍ରଦାନ କରନ୍ତି, ତେବେ ଯାଇ ତାଙ୍କର ଋଣ ମଞ୍ଜୁର ହେବ। ତେବେ, ଏହି ଘଟଣାରେ ମହିଳା ଜଣକ ଉତ୍‌କ୍ଷିପ୍ତା ହୋଇ ପଡ଼ିବା ସହ ସଂପୃକ୍ତ ମ୍ୟାନେଜରଙ୍କୁ ଅଫିସ୍‌ ଭିତରୁ ରାସ୍ତା ଉପରକୁ ଟାଣି ନେଇ ସ୍ପଷ୍ଟ ଦିବାଲୋକରେ ନିର୍ଘାତ ମାଡ଼ ସହ ବିଧା ଗୋଇଠା ମାରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe