ଆତଙ୍କୀ ମନ୍ନାନ୍ ୱାନି ପାଇଁ ଶୋକସଭା ପ୍ରସଙ୍ଗ

Advertisment

ଏଏମ୍‌ୟୁ ଛାଡ଼ିବାକୁ ୧୨୦୦ ଛାତ୍ରଙ୍କ ଧମକ

ଏଏମ୍‌ୟୁ ଛାଡ଼ିବାକୁ ୧୨୦୦ ଛାତ୍ରଙ୍କ ଧମକ

ଆତଙ୍କୀ ମନ୍ନାନ୍ ୱାନି ପାଇଁ ଶୋକସଭା ପ୍ରସଙ୍ଗ

ଅଲିଗଡ଼: ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ମନ୍ନାନ୍‌ ୱାନିର ଏନ୍‌କାଉଣ୍ଟର ପରେ ଅଲିଗଡ଼ ମୁସ୍‌ଲିମ୍‌ ୟୁନିଭସିର୍ଟି (ଏଏମ୍‌ୟୁ)ରେ ଶୋକସଭା କରାଯିବାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଶୋକସଭା କରିଥିବା ୨ ଜଣ ଛାତ୍ରଙ୍କ ବି‌େରାଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ ୟୁନିଭର୍ସିଟିରୁ ବହିଷ୍କାର କରାଯାଇଥିଲା ବେଳେ ଏବେ ଏହାକୁ ଅନ୍ୟମାନେ ବିରୋଧ କରିଛନ୍ତି। ‌ଛାତ୍ରଦ୍ବୟଙ୍କୁ ତୁରନ୍ତ ୟୁନିଭର୍ସିଟିକୁ ଫେରାଇ ଆଣିବା ଲାଗି ଛାତ୍ରମାନେ ଦାବି କରିଛନ୍ତି। ନଚେତ୍‌ ସେମାନେ ମଧ୍ୟ ୟୁନିଭର୍ସିଟି ଛାଡ଼ିଦେବେ ବୋଲି ଧମକ ଦେଇଛନ୍ତି। ୟୁନିଭର୍ସିଟିରେ ପଢୁଥିବା ୧,୨୦୦ କଶ୍ମୀରୀ ଛାତ୍ର ଏକଜୁଟ ହୋଇ ଏଭଳି ଦାବି କରିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନ ବି‌େରାଧରେ ବିିଭିନ୍ନ ନକାରାତ୍ମକ ଟିପ୍ପଣୀ ଦେବା ସହିତ ଯଦି ସେମାନଙ୍କ ଦାବି ନିକଟରେ ଶିକ୍ଷାନୁଷ୍ଠାନ ପ୍ରଶାସନ ମୁଣ୍ଡ ନ ନୁଅାଁଏ, ତେବେ ସେମାନେ ସାମୂହିକ ଭାବେ ଏଏମ୍‌ୟୁ ଛାଡ଼ି କଶ୍ମୀର ଚାଲିଯିବେ ବୋଲି ଧମକ ଦେଇଛନ୍ତି। ଏହାକୁ ନେଇ ବିବା‌ଦ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe