ଶପଥ ନେଲେ ମାନସ ଓ ସୁଲତା

ଶପଥ ନେଲେ ମାନସ ଓ ସୁଲତା

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି)ର ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୧ ଟାରେ ରାଜ୍ୟସଭା ପ୍ରକୋଷ୍ଠରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡ଼ୁ ଉଭୟ ସ‌ାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦୁଇ ସାଂସଦ ଓଡ଼ିଆ ଭାଷାରେ ଶପଥ ପାଠ କରିଥିଲେ। ଶପଥ ଗ୍ରହଣ ସମାରୋହରେ ଦୁଇ ଓଡ଼ିଆ ସାଂସଦଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ‌

ତେବେ ବିଜେଡିରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିବା ସାଂସଦ ସସ୍ମିତ ପାତ୍ର ପରବର୍ତ୍ତୀ ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି। ନିକଟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ମୋଟ ୫୭ ଜଣ ସଦସ୍ୟଙ୍କ ମଧ୍ୟରୁ ଆଜି ୨୭ ଜଣଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe